Home Uncategorized ଆଜି ସକାଳେ ବାଲେଶ୍ୱର ସୋରରେ ଏକ ଅଭାବନୀୟ ଘଟଣା ଘଟିଛି

ଆଜି ସକାଳେ ବାଲେଶ୍ୱର ସୋରରେ ଏକ ଅଭାବନୀୟ ଘଟଣା ଘଟିଛି

0

ସୋର: ଆଜି ସକାଳେ ବାଲେଶ୍ୱର ସୋରରେ ଏକ ଅଭାବନୀୟ ଘଟଣା ଘଟିଛି । ଗରିବ ହୋଇଥିବାରୁ ଟଙ୍କା ଦେଇନପାରିବାରୁ ମୃତଦେହକୁ ଅଧାରାସ୍ତାରେ ଫିଙ୍ଗି ପଳାଇଛି ଏକ ଘରୋଇ ଆମ୍ବୁଲାନ୍ସ ।

ସୋର ଅଞ୍ଚଳର ରେହମାନ ଖାନ୍ ନାମକ ଜଣେ ବ୍ୟକ୍ତି ବାଲେଶ୍ୱର ଚିକିତ୍ସା ପାଇଁ ଆସିଥିଲେ । ବାଲେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ରେହମାନଙ୍କ ମୃତ୍ୟୁ ହୋଇଥିଲା । ପରେ ମୃତଦେହ ବାଲେଶ୍ୱରରୁ ମେଡିକାଲରୁ ଆମ୍ବୁଲାନ୍ସ ଯୋଗେ ସୋର ଆସିବା ବେଳେ ପାଇକାଡ଼ି ଛକ ନିକଟରେ ମୃତଦେହକୁ ଫିଙ୍ଗି ପଳାଇଛି ଆମ୍ବୁଲାନ୍ସ । ଅତ୍ୟନ୍ତ ଗରିବ ହେତୁ ମୃତ ରେହମାନ ଖାନଙ୍କ ପରିବାର ଘରୋଇ ଆମ୍ବୁଲାନ୍ସ ଯେତିକି ଟଙ୍କା ଦାବି କରିଥିଲା ତାହା ଦେବାକୁ ସକ୍ଷମ ହୋଇନଥିଲା । ଫଳରେ ଘରୋଇ ଆମ୍ବୁଲାନ୍ସଟି ମୃତଦେହକୁ ରାସ୍ତାକଡରେ ଫିଙ୍ଗି ଦେଇ ପଳାଇ ଯାଇଥିଲା । ମୃତ ରେହମାନ ହେଉଛନ୍ତି   ଆହ୍ଲାବାଦର ବାସିନ୍ଦା । ମାତ୍ର ଦୀର୍ଘଦିନ ଧରି ସେ ସୋରରେ  ରହି କାମ କରୁଥିଲେ ।

LEAVE A REPLY

Please enter your comment!
Please enter your name here