Home Uncategorized ଭୁବନେଶ୍ୱର- ଆଜି ପହିଲି ରଜ । ଉତ୍ସବମୁଖର ସାରା ରାଜ୍ୟ । ରଜ ପାଇଁ ଘରେ...

ଭୁବନେଶ୍ୱର- ଆଜି ପହିଲି ରଜ । ଉତ୍ସବମୁଖର ସାରା ରାଜ୍ୟ । ରଜ ପାଇଁ ଘରେ ଘରେ ପିଠାପଣା ପ୍ରସ୍ତୁତି ଚାଲିଛି । ରଜଗୀତ ସହ ପୋଡପିଠା,ମିଠା, ଖିଲିପାନରେ ମହକୁଛି ପରିବେଶ । ରଜରେ ଝିଅ ବୋହୂମାନେ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ କୁଙ୍କୁମ ଲଗାଇ ରଜଦୋଳି ଖେଳିଥାନ୍ତି ।   ସହରଗୁଡ଼ିକରେ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ରଜ ପାଳିବା ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି ।  ଏହି କାର୍ଯ୍ୟକ୍ରମଗୁଡ଼ିକରେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତି ସହ କବାଡି, ପୁଚି ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ ।  ରଜ ପାଇଁ ଭୁବନେଶ୍ୱରର ପାନ୍ଥ ନିବାସରେ ପିଠାପଣା ସହ ରଙ୍ଗରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରଜ  ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ, ‘ମାଟି ମାଆର ଆଶୀର୍ବାଦରୁ ଭଲ ଫସଲ ହେଉ । ଝିଅ ଓ ମହିଳାଙ୍କ ଦ୍ୱାରା ପାଳିତ ରଜ ଆମର ଅନନ୍ୟ ପରମ୍ପରା ଅଟେ । ଏହି ଅବସରରେ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।’

0

ଭୁବନେଶ୍ୱର-ଆଜି ଜିଲ୍ଲାପାଳ କର୍ମଶାଳାର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ, ଆମ ଫୋକସ୍‌ରେ  ଥ୍ରୀଟି ଥିଲା।  ଏବେ ଏଥିରେ ଆଉ ଗୋଟିଏ ଟି  ଯୋଡା ଯାଇଛି ।  ତାହା ହେଉଛି TRANSFERMATION OF THE LIFE OF THE PEOPLE । ସେ ଜିଲ୍ଲାପାଳମାନଙ୍କୁ  ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ  ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାହସିକ ପଦକ୍ଷେପ ନେଇଥିବା ଜିଲ୍ଲାପାଳଙ୍କୁ ପ୍ରଶଂସା କରିଥିଲେ । ଲୋକଙ୍କ ପାଇଁ ଭଲ କାମ କଲେ ସରକାରଙ୍କ ସମର୍ଥନ ମିଳିବ ବୋଲି ସେ କହିଥିଲେ । ତିନିଦିନିଆ କର୍ମଶାଳାରେ ଜିଲ୍ଲାପାଳମାନେ ଅନେକ ଭଲ ପ୍ରସ୍ତାବ  ଓ ପରାମର୍ଶ ଦେଇଛନ୍ତି ।  ଭଲ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ୨୦୧୬-୧୭ ବର୍ଷରେ ଆର୍ଥିକ ଯୋଜନାରେ ଗୃହ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ସମ୍ବଲପୁର, ସୁନ୍ଦରଗଡ ଓ ମୟୁରଭଞ୍ଜକୁ ପୁରସ୍କୃତ କରିବା ସହ ହାରାହାରି ଭଲ କାମ ପାଇଁ ରାୟଗଡା, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ପୁରସ୍କୃତ କରିଥିଲେ । ଅଭିଯୋଗ ପ୍ରକୋଷ୍ଠକୁ ଅଧିକ ସକ୍ରିୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here