Home ଅପରାଧ ଭୁବନେଶ୍ୱର କାନନବିହାରରୁ ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର କାନନବିହାରରୁ ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

0

ଭୁବନେଶ୍ୱର: ଭୁବନେଶ୍ୱର କାନନବିହାରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଇନଫୋସିସ୍ ଥାନା ଅନ୍ତର୍ଗତ କାନନବିହାର ଅଞ୍ଚଳରେ ଏକ ଭଡା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ବେକରେ କଟାଦାଗ ରହିଥିବାରୁ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି  ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ମୃତ ଯୁବତୀ ଜଣଙ୍କ ହେଲେ ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ହସୀନା ଦାସ । ସେ ଏକ ଘରୋଇ ହସ୍ପିଟାଲରେ ଫାର୍ମାସିଷ୍ଟଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଉକ୍ତ ଘରେ ସେ ଅନ୍ୟ ଜଣେ ଯୁବତୀଙ୍କ ସହ ଭଡ଼ାରେ ରହୁଥିଲେ । ଅନ୍ୟ ଯୁବତୀ ଜଣକ ଦୁଇ ଦିନ ହେଲାଣି ତାଙ୍କ ଗାଁକୁ ଯାଇଥିଲେ । ସେ ଏକୁଟିଆ ଥିବାରୁ ଯୁବତୀଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here