Home Uncategorized ଭୁବନେଶ୍ୱର: ନକଲି ଘିଅ କାରଖାନା ଉପରେ ଚଢଉ,୨ କ୍ୱିଂଟାଲ ଘିଅ ଜବତ, ୬ ଗିରଫ

ଭୁବନେଶ୍ୱର: ନକଲି ଘିଅ କାରଖାନା ଉପରେ ଚଢଉ,୨ କ୍ୱିଂଟାଲ ଘିଅ ଜବତ, ୬ ଗିରଫ

0

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ନକଲି ଘିଅ କାରଖାନା ଉପରେ ପୋଲିସ ଚଢଉ କରିଛି । ଘଟଣାସ୍ଥଳରୁ ୨ କ୍ୱିଂଟାଲ ନକଲି ଘିଅ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି । ଏହା ସହ ନକଲି ଘିଅ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଅନ୍ୟାନ୍ୟ ସମାଗ୍ରୀଗୁଡିକୁ ପୋଲିସ ଜବତ କରିଛି । ଗିରଫ ୬ ଅଭିଯୁକ୍ତଙ୍କୁ ପୋଲିସ ଆଜି କୋର୍ଟ ଚାଲଣ କରିଛି । ଏହି ନକଲି ଘିଅ ଦୀପ ଦାନ ପାଇଁ ପ୍ରସ୍ତୁତ କରାଯାଉଥିଲା, ଲୋକଙ୍କ ଖାଇବା ପାଇଁ ନୁହେଁ ବୋଲି ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି । ଏ ସବୁ ନକଲି ଘିଅରେ ନାମୀ କମ୍ପାନୀର ଲୋଗୋ ଲଗାଯାଇ ବଜାରରେ ବିକ୍ରୀ କରାଯାଉଥିଲା । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ କିଏ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here