Home Uncategorized ଭୁବନେଶ୍ୱର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ଅନୁପ ସାହୁ

ଭୁବନେଶ୍ୱର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ଅନୁପ ସାହୁ

0
ଭୁବନେଶ୍ୱର : ଭୁବନେଶ୍ୱର ପୂର୍ବତନ ଡିସିପି ସତ୍ୟବ୍ରତ ଭୋଇଙ୍କଠାରୁ ଦାୟିତ୍ୱ ଗ୍ରହଣ କଲେ ଅନୁପ ସାହୁ। ଡିସିପି ଭାବେ ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ ସହରରେ ଅପରାଧ ନିୟନ୍ତ୍ରଣ କରିବା, ଟ୍ରାଫିକ୍‌ ସମସ୍ୟା ଓ ଭିଭିଆଇପିମାନଙ୍କୁ ସୁରକ୍ଷା ଯୋଗାଇବା ତାଙ୍କର ଗୁରୁ ଦାୟିତ୍ୱ ରହିବ । ସେହିପରି ମହିଳାଙ୍କ ସୁରକ୍ଷା ଓ ସାଇବର୍‌ ଅପରାଧକୁ ରୋକିବାକୁ ସେ ଚେଷ୍ଟା କରିବେ ।  ଅନ୍ୟପକ୍ଷରେ ଉତ୍ତରାଂଚଳ ଡିଆଇଜି ଭାବରେ ସତ୍ୟବ୍ରତ ଭୋଇଙ୍କୁ ନିଯୁକ୍ତି ମିଳିଛି ।