Home Uncategorized ଭୁବନେଶ୍ୱର ପୋଖରୀପୁଟ ରାସ୍ତା ମଝିରେ ଜଳିଗଲା ସିଟି ବସ୍

ଭୁବନେଶ୍ୱର ପୋଖରୀପୁଟ ରାସ୍ତା ମଝିରେ ଜଳିଗଲା ସିଟି ବସ୍

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଘଟଣ । ଆଜି ଏଠାରେ ପୋଖରୀପୁଟ ନିକଟରେ ଏକ ସିଟି ବସ୍‌ରେ ହଠାତ୍ ନିଆଁ ଲାଗି ଯାଇଥିଲା । ତେବେ ଏଥିରେ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି ।

ସୂଚନା ଅନୁସାରେ, ସିଟି ବସଟି ଡୁମଡୁମାରୁ ଭିଏସଏସନଗର ଆସୁଥବା ବେଳେ ହଠାତ ଇଂଜିନରେ ନିଆଁ ଲାଗି ଯାଇଥିଳା  । ପରେ ଯାତ୍ରୀମାନେ ଭୟଭୀତ ହୋଇ ବସରୁ ଓହ୍ଲାଇଆସିଥିଲେ । ଏହା ପରେ ବସଟି ସଂପୂର୍ଣ୍ଣ ଭାବେ ଭୁବନେଶ୍ୱରରେ ପୋଖରୀପୁଟ ପେଟ୍ରୋଲପମ୍ପ ନିକଟରେ ଜଳିଯାଇଥିଲା । ନିଆଁ ଲାଗିବାର କିଛି ସମୟ ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଚିଂ ନିଆଁକୁ ଆୟତ କରିଥିଲା । ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।  ତେବେ କେଉଁ କାରଣରୁ ବସ୍‌ରେ  ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନି ।

ସୂଚନାଯୋଗ୍ୟ, ଗତ ମେ ମାସରେ କଟକରେ ଏକ ଘରୋଇ ବସ୍ ଜଳି ଯାଇଥିଲା।

LEAVE A REPLY

Please enter your comment!
Please enter your name here