Home Uncategorized ଭୁବନେଶ୍ୱର ବମିଖାଲରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଓଭର ବ୍ରିଜ୍, ଜଣେ ମୃତ, ୧୫ରୁ ଅଧିକ ଆହତ

ଭୁବନେଶ୍ୱର ବମିଖାଲରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଓଭର ବ୍ରିଜ୍, ଜଣେ ମୃତ, ୧୫ରୁ ଅଧିକ ଆହତ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ  ଆଜି ଦିନ ସାଢେ ୧୨ଟା ସମୟରେ  ନିର୍ମାଣାଧୀନ ବମିଖାଲ ଫ୍ଲାଏ ଓଭରବ୍ରିଜର ଏକ ସ୍ପାନ୍‍ ଭୁଶୁଡ଼ି ପଡ଼ିଛି । ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଶ୍ରମିକ ଓ ପଥଚାରୀଙ୍କୁ ମିଶାଇ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସ୍ପାନ୍‌ ତଳେ ୫ ରୁ ୬ ଜଣ ଫସି ରହିଥିବା ଜଣାପଡ଼ିଛି । ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ଝାରପଡାର ସତ୍ୟ ପଟ୍ଟନାୟକ । ସେ ତାଙ୍କ ଝିଅ ଶୀତଲକୁ ଡ୍ୟାନ୍ସ କ୍ଲାସ୍‌ରୁ ଆଣି ଫେରୁଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଗୁରୁତର ଝିଅ ଶୀତଲକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ବ୍ରିଜ୍‌ର ଢଳେଇ କାମ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୩ଟି କ୍ରେନ୍‌ ଯୋଗେ ଉଦ୍ଧାର କାର୍ଯ୍ୟ ଚାଲିଛି । ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍‌ ନିଯୋଜିତ ଅଛନ୍ତି । ବରିଷ୍ଠ ପୋଲିସ୍‌ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସ୍ପାନ୍‌ ତଳେ ଚାପି ହୋଇଯାଇଥିବା ଲୋକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।

LEAVE A REPLY

Please enter your comment!
Please enter your name here