Home Uncategorized ପୋଲିସ କମିସନରଙ୍କ କାର୍ଯ୍ୟାଳୟରେ ବ୍ଲୁ  ହ୍ୱେଲ ଗେମ୍‌ ଚେତନତା ମୂଳକ ଉଚ୍ଚସ୍ତରୀୟ ବୈଠକ

ପୋଲିସ କମିସନରଙ୍କ କାର୍ଯ୍ୟାଳୟରେ ବ୍ଲୁ  ହ୍ୱେଲ ଗେମ୍‌ ଚେତନତା ମୂଳକ ଉଚ୍ଚସ୍ତରୀୟ ବୈଠକ

0

ଭୁବନେଶ୍ୱର: ବ୍ଲୁ  ହ୍ୱେଲ ଗେମ୍‌ ପ୍ରତି ଯୁବପିଢିଙ୍କୁ ସତର୍କ କରିବା ଲାଗି କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଆଜି ଦିନ ୧୧ଟା ସମୟରେ ପୋଲିସ କମିସନରଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ମୂଳକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ବୈଠକରେ କଟକ ଓ ଭୁବନେଶ୍ୱରର କଲେଜ ଅଧ୍ୟକ୍ଷମାନେ ସାମିଲ ହୋଇଥିଲେ । ଉଭୟ ସହରରେ ଥିବା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ଆଇଆଇଟି ଓ ୟୁନିସେଫର ଏକ୍ସପର୍ଟମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ବ୍ଲୁ ହ୍ୱେଲ ଗେମ୍ କବଳରୁ କିପରି ଛାତ୍ରଛାତ୍ରୀମାନଙ୍କୁ ଦୂରେଇ ରଖା ଯାଇପାରିବ ସେନେଇ  ବୈଠକରେ ଆଲୋଚନା କରାଯାଇଛି।

LEAVE A REPLY

Please enter your comment!
Please enter your name here