Home Uncategorized ଭୁବନେଶ୍ୱର : ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଗୁଳିରେ ମହିଳା କର୍ମଚାରୀ ଗୁରୁତର

ଭୁବନେଶ୍ୱର : ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଗୁଳିରେ ମହିଳା କର୍ମଚାରୀ ଗୁରୁତର

0

ଭୁବନେଶ୍ୱର :  ଭୁବନେଶ୍ୱର ଗଣ୍ଡମୁଣ୍ଡା ପାଖ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସୋମବାର ଏକ ଅଘଟଣ ଘଟିଛି । ବ୍ୟାଙ୍କରେ କାର୍ୟ୍ୟରତ ଥିବା ସିକ୍ୟୁରିଟି ଗାର୍ଡଙ୍କ ଗୁଳିରେ ସେହି ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସାବଧାନତା ଯୋଗୁଁ ଏଭଳି ଗୁଳିକାଣ୍ଡ ଘଟିଛି । ଆହତ ବ୍ୟାଙ୍କ କର୍ମଚାରୀଙ୍କୁ ଏକ ଘରୋଇ ଡାକ୍ତରାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ଖବର ଅନୁଯାୟୀ, ବ୍ୟାଙ୍କ ଅଫ୍ ଇଣ୍ଡିଆରେ କାର୍ୟ୍ୟରତ ଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ ଅସଧାବଧାନତା ଯୋଗୁଁ ଗୁଳି ଫୁଟିଥିଲା । ଫଳରେ ସେହି ପାଖରେ ଛିଡ଼ା ହୋଇଥିବା ବ୍ୟାଙ୍କରେ ଜଣେ ମହିଳା କର୍ମଚାରୀଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଆହତ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖଣ୍ଡଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଗାର୍ଡଙ୍କୁ ପଚରାଉଚରା କରୁଅଛି ।

LEAVE A REPLY

Please enter your comment!
Please enter your name here