Home Uncategorized ଭୁବନେଶ୍ୱର- ମଧ୍ୟରାତ୍ରିରୁ କେନ୍ଦ୍ର ସରକାର ଜିଏସଟି ଲାଗୁ କରିଥିବାବେଳେ ଏନେଇ  ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...

ଭୁବନେଶ୍ୱର- ମଧ୍ୟରାତ୍ରିରୁ କେନ୍ଦ୍ର ସରକାର ଜିଏସଟି ଲାଗୁ କରିଥିବାବେଳେ ଏନେଇ  ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଭାରତ ଗୋଟିଏ ଦେଶ, ଗୋଟିଏ ଟିକସ, ଗୋଟିଏ ବଜାର ହେଲା । ଏଥିପାଇଁ ସମସ୍ତଙ୍କୁ ଅଭିନନ୍ଦନ । ଜିଏସ୍‌ଟି ପାଇଁ ଓଡିଶା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିବାରୁ ମୁଁ ଖୁସି। । ଜିଏସଟି ଲାଗୁ ସହଜ, ସରଳ ଏବଂ ଦ୍ୱନ୍ଦ୍ୱ ଦୂରକାରୀ ହେବ ।  ସରକାର ଏକକ ଟିକସ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସହ ସାଧାରଣ ଲୋକ, ଶିଳ୍ପ ଓ ବାଣିଜ୍ୟ ଲାଭାନ୍ୱିତ ନେଇ ଦୃଷ୍ଟି ଦେବା ଉଚିତ ।’

0
ଭୁବନେଶ୍ୱର:  ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମୀନକେତନ ଦାସଙ୍କର ଗତକାଲି ରାତି ପ୍ରାୟ ଅଢ଼େଇଟାବେଳେ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ ଘଟିଛି । ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ ।  ପ୍ରଥମେ ସେ ମୁମ୍ବାଇର ଲୀଲାବତୀ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲକୁ ଅଣାଯାଇଥିଲା ।  ସେ  ଶତାଧିକ ଓଡିଆ  ଚଳଚ୍ଚିତ୍ରରେ ଅଭିନୟ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କେତେବେଳେ କମେଡ଼ିଆନ୍‌, କେତେବେଳେ ଭିଲେନ୍‌ ତ ପୁଣି କେବେ ପଜିଟିଭ ରୋଲ୍‌ରେ ନଜର ଆସିଥିଲେ ମୀନକେତନ । ଓଡିଆ ଦର୍ଶକେ ତାଙ୍କୁ  ସବୁ ପ୍ରକାରର ଚରିତ୍ରରେ ପସନ୍ଦ କରିଥିଲେ । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଛନ୍ତି । ମୀନ‌କେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସ‌ହ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କ ମୃତ୍ୟୁ ଯୋଗୁଁ ଓଡ଼ିଆ ଚଳଚ୍ଚିତ୍ର ଜଗତ୍‌ ଶୋକାଭିଭୂତ ହୋଇପଡିଛନ୍ତି ।