Home ଅପରାଧ ଭୁବନେଶ୍ୱର ୟୁନିଟ୍‌-୪ରେ ତଣ୍ଟି କାଟି ହତ୍ୟା

ଭୁବନେଶ୍ୱର ୟୁନିଟ୍‌-୪ରେ ତଣ୍ଟି କାଟି ହତ୍ୟା

0

ଭୁବନେଶ୍ୱର : ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍‌-୪ ଏମ୍‌ଏଲଏ କଲୋନୀ ପ୍ଲଟ ନଂ. ଏ/୧୯ରେ ରହୁଥିବା ଗୋପୀନାଥ ମହାରଣା ନାମକ(୪୫) ବଢ଼େଇଙ୍କୁ କେହି ଦୁର୍ବୃତ୍ତ ତଣ୍ଟି କାଟି ହତ୍ୟା କରିଛନ୍ତି। ଶନିବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ହତ୍ୟାର କୌଣସି ସୁରାକ ପୋଲିସ ହାତରେ ଲାଗି ନ ଥିବାବେଳେ ସାଇଣ୍ଟିଫିକ୍‌ ଟିମ ସହାୟତାରେ ତଦନ୍ତ ଚଳାଇଛି। ଗୋପୀନାଥଙ୍କ ଘର ଭଦ୍ରକ ଜିଲା ତିହିଡି ବ୍ଲକ ଅନ୍ତର୍ଗତ ପୋଲହଖମାରି ଅଞ୍ଚଳରେ। ସେ ଦୀର୍ଘ ୩୦ ବର୍ଷ ହେବ ଭୁବନେଶ୍ୱରରେ ରହି ବଢ଼େଇ କାମ କରୁଥିଲେ। ୟୁନିଟ୍‌-୪ରେ ଏକ ଭଡ଼ାଘରେ ତାଙ୍କ ସାନ ଭାଇ ଭାଗୀରଥି ମହାରଣା ଏବଂ ପୁଅ ବଳରାମ ମହାରଣାଙ୍କ ସହ ରହୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସକାଳୁ ଗୋପୀନାଥ ବାହାରକୁ ଆସିଥିଲେ। ଏହାର କିଛି ଘଣ୍ଟା ପରେ ତାଙ୍କ ସମ୍ପର୍କୀୟ ଭାଇ ସନାତନ ମହାରଣା ଘରକୁ ଆସିଥିବାବେଳେ ଗୋପୀନାଥଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏ ନେଇ ସେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା। ଖାରବେଳନଗର ଥାନା ଅଧିକାରୀ ଅନୁପ କାନୁନ୍‌ଗୋ, ଜୋନ୍‌ ଏସିପି ଅସୀମ୍‌ ପଣ୍ଡା, ଡିସିପି ସତ୍ୟବ୍ରତ ଭୋଇ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। କୌଣସି ଏକ ଧାରୁଆ ଅସ୍ତ୍ରରେ ଗୋପୀନାଥଙ୍କ ବେକ କାଟି ହତ୍ୟା କରାଯାଇଥିବା ବେଳେ ତାଙ୍କ ଦେହର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଥାନା ଅଧିକାରୀ କୁହନ୍ତି, ହତ୍ୟାର କୌଣସି କାରଣ ଜଣାପଡିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ସମ୍ପର୍କରେ କିଛି ସୁରାକ ମିଳିପାରିବ

LEAVE A REPLY

Please enter your comment!
Please enter your name here