Home Uncategorized ମଦ ବିରୋଧରେ ମାତିଲେ ମହିଳା: ଭୁବନେଶ୍ୱରର ଭରତପୁରରେ ମଦ ଦୋକାନ ଭାଙ୍ଗିଲେ

ମଦ ବିରୋଧରେ ମାତିଲେ ମହିଳା: ଭୁବନେଶ୍ୱରର ଭରତପୁରରେ ମଦ ଦୋକାନ ଭାଙ୍ଗିଲେ

0

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଭରତପୁର ଅଞ୍ଚଳର ଶତାଧିକ ମହିଳା ଏକ ବିରାଟ ଶୋଭାଯାତ୍ରାରେ ବାହାରି  ୪ଟି  ମଦ ଦୋକାନକୁ ଭାଙ୍ଗି ଦେଇଛନ୍ତି । ମହିଳାଙ୍କ ସହ ପୁରୁଷ ଲୋକମାନେ ମଧ୍ୟ ସାମିଲ ହୋଇଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଶୁଣୁନଥିବାରୁ ଆଜି ଲୋକେ ଏକତ୍ରିତ ହୋଇ ହାତରେ ଠେଙ୍ଗା ବାଡ଼ି ଧରି ମଦ ଦୋକାନରେ ପଶି ଭଙ୍ଗାରୁଜା କରିଥିଲେ । ପୁନର୍ବାର ମଦ ଦୋକାନ ଖୋଲିଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।

‘ମଦ୍ୟପାନ କରି ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି ।  ମଦ ପିଇ ପୁରୁଷ ଲୋକମାନେ ଗଣ୍ଡଗୋଳ କରୁଥିବାରୁ ଏହା ଛୋଟ ଛୋଟ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଇବା ସହ ମଦ ଯୋଗୁଁ ଘରୋଇ ହିଂସା ବୃଦ୍ଧି ପାଉଛି’ ବୋଲି ସ୍ଥାନୀୟ ମହିଳାମାନେ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here