Home ଓଡିଶା ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା ନାହିଁ : ମୁଖ୍ୟମନ୍ତ୍ରୀ

ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏପରି ସୂଚନା ଦେଇଛନ୍ତି। କିଛିଦିନ ହେବ ରାଜ୍ୟ ମନ୍ତ୍ରିମଣ୍ଡଳକୁ କିଛି ଯୁବ ବିଧାୟକ ଫେରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ଏହି ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ବିରାମ ଦେଇଛି। ଗଣମାଧ୍ୟମର ପ୍ରତିନିଧିମାନେ ନିକଟରେ ଶେଷ ହୋଇଥିବା ଉତ୍ତରପ୍ରଦେଶ ଓ ବିହାରର ଲୋକସଭା ଉପ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ମାଗିଥିଲେ। ଏହାର ଉତ୍ତର ଦେଇ ନବୀନ କହିଛନ୍ତି ଯେ ଦେଶସାରା ଭାଜପା ଡୁବୁଛି।