Home Uncategorized ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ନାହିଁ: ମୁଖ୍ୟମନ୍ତ୍ରୀ

ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ନାହିଁ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳରୁ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ମନ୍ତ୍ରିମଣ୍ଡଳ ଅଦଳବଦଳର କୌଣସି ସମ୍ଭାବନା ନଥିବା ସ୍ପଷ୍ଟ କାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରକାଶ ଥାଉ କି, ମାଲକାନଗରି ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ଉତ୍ସବରେ ଦାମ ବ୍ରାହ୍ମଣଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଥିଲେ। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଦଳର ଏହି ବରିଷ୍ଠ ନେତାଙ୍କୁ କ୍ୟାବିନେଟରୁ ବାଦ୍‌ ଦିଆଯିବା ସୂଚନା ଦେଇଥିଲେ । ଏହାସହ କୌଣସି ଜାତି, ଧର୍ମ, ବର୍ଣ୍ଣ ବିରୋଧରେ କାହାର ଅପମାନଜନକ ମନ୍ତବ୍ୟକୁ ସେ ଦୃଢ଼ ବିରୋଧ କରୁଥିବା ପ୍ରକାଶ କରିଥିଲେ । ଦାମଙ୍କୁ ବହିଷ୍କାର କରାଯିବା ପରେ ଦାୟିତ୍ୱ ବଣ୍ଟନ ସ୍ବରୂପ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଅତିରିକ୍ତ ଭାବେ କୃଷି ସହ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଦାୟିତ୍ୱ ଦିଆଯାଇଛି । ସେହିପରି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ସାଧାରଣ ଉଦ୍ୟୋଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ।

 

LEAVE A REPLY

Please enter your comment!
Please enter your name here