Home ଅପରାଧ ମରୁଡି ପ୍ୟାକେଜ ଘୋଷଣା ପରେ ବି ଥମୁନି ଚାଷୀ ଆତ୍ମହତ୍ୟା, ବରଗଡ଼ରେ ବିଷ ପିଇ ଆତ୍ମହତ୍ୟା...

ମରୁଡି ପ୍ୟାକେଜ ଘୋଷଣା ପରେ ବି ଥମୁନି ଚାଷୀ ଆତ୍ମହତ୍ୟା, ବରଗଡ଼ରେ ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

0
ବରଗଡ଼:ଗତକାଲି ରାଜ୍ୟ ସରକାର ମରୁଡି ପୀଡିତ ଚାଷୀମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥବା ବେଳେ ଆଜି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ବରଗଡ଼ ଜିଲ୍ଲା ଗାଏସିଲେଟ୍‌ ବ୍ଲକ୍‌ ମଲମୁଣ୍ଡା ଗ୍ରାମର ଇନ୍ଦ୍ରଜିତ ବରିହା ନାମକ ଜଣେ ଚାଷୀ ଋଣଭାର ସହିତ ଫସଲ ନଷ୍ଟ ଯୋଗୁଁ ମାନସିକ ଭାରସାମ୍ୟ ହରାଇ  ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତ ଶ୍ରୀ ବରିହାଙ୍କ ପତ୍ନୀ ତୁଳସା ବରିହା କହିଛନ୍ତି ଯେ, ଇନ୍ଦ୍ରଜିତ ଧାର କରଜ କରି ୫ ଏକର ଜମିରେ ଧାନ ଚାଷ କରିଥିଲେ । ମାତ୍ର ମରୁଡ଼ି ଓ ରୋଗ ପୋକ ଯୋଗୁଁ ଫସଲ ଉଜୁଡ଼ି ଯାଇଛି । ଫସଲ ଉଜୁଡ଼ି ଯାଇଥିବାବେଳେ ଚାଷ କରିବା ପାଇଁ ଇନ୍ଦ୍ରଜିତ ପ୍ରାୟ ୧ ଲକ୍ଷ ଟଙ୍କା ହାତ ଉଧାରି ଆଣିଥିଲେ । ଯାହାକୁ ନେଇ ଇନ୍ଦ୍ରଜିତ ମାନସିକ ଭାରସାମ୍ୟ ହରାଇ ଗତ ରବିବାର ଦିନ ବିଷ ପିଇ ଦେଇଥିଲେ । ତାଙ୍କୁ ପ୍ରଥମେ ପଦ୍ମପୁର ଓ ତା ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ସକାଳେ ଇନ୍ଦ୍ରଜିତଙ୍କର ମୃତ୍ୟୁ ଘଟିଛି ।