Home Uncategorized ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ନୂଆପଡାରେ ବିଜେପି କେନ୍ଦ୍ରୀୟ ଟିମ୍

ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ନୂଆପଡାରେ ବିଜେପି କେନ୍ଦ୍ରୀୟ ଟିମ୍

0

ନୂଆପଡା: ନୂଆପଡାରେ ବିଜେପି କେନ୍ଦ୍ରୀୟ ଟିମ୍ । ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ଆଜି ନୂଆପଡା ଜିଲ୍ଲାରେ ପହଞ୍ଛଚିନ୍ତି କେନ୍ଦ୍ରୀୟ ଟିମ୍ । ସାଂସଦ ପି. ସୁଗୁନାକର ରାଓଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ନୂଆପଡାରେ ପହଞ୍ଚିଛନ୍ତି ।

ସେଠାରେ ସେମାନେ ମୁରୁଡି ଯୋଗୁଁ  କ୍ଷତିଗ୍ରସ୍ତ ହୋଇଥିବା ଧାନକ୍ଷେତ ବୁଲି ଦେଖିଛନ୍ତି ।   ମରୁଡ଼ି ସ୍ଥିତି ଅନୁଧ୍ୟାନ କରି ଏହି ଟିମ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଏକ ରିପୋର୍ଟ ଦେବ।

ଗତକାଲି ବିଜେପିର ଏହି କେନ୍ଦ୍ରୀୟ ଟିମ୍ ବରଗଡ଼ ଜିଲ୍ଲାରେ ଅନେକ ଅଞ୍ଚଳ ବୁଲି ଦେଖିଥିଲେ। ସାଂସଦ ଓମପ୍ରକାଶ ଜସୱାଲଙ୍କ ନେତୃତ୍ୱରେ ବିଜେପି ଟିମ୍‌ ବରଗଡ଼ ଯାଇଥିଲେ।

ନୂଆପଡ଼ା ଜିଲ୍ଲା ପରେ ବିଜେପିର କେନ୍ଦ୍ରୀୟ ଟିମ୍ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ମଧ୍ୟ ଚାଷ ଓ ଚାଷୀ ସମସ୍ୟାର ଅନୁଧ୍ୟାନ କରିବ।

LEAVE A REPLY

Please enter your comment!
Please enter your name here