Home ଦେଶ ବିଦେଶ ମହଙ୍ଗା ପଡିଲା ଆୟବହିର୍ଭୂତ ସମ୍ପତ୍ତି ଠୁଳ,ସରିଫ୍ଙ୍କୁ ୧୦ବର୍ଷ ଜେଲ୍

ମହଙ୍ଗା ପଡିଲା ଆୟବହିର୍ଭୂତ ସମ୍ପତ୍ତି ଠୁଳ,ସରିଫ୍ଙ୍କୁ ୧୦ବର୍ଷ ଜେଲ୍

ଇସ୍ଲାମାବାଦ :ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ଙ୍କୁ ଏକ ବଡଧରଣର ଝଟ୍କା ଲାଗିଛି । ଆୟବହିର୍ଭ ୂତ ସମ୍ପତ୍ତି ଠୁଳ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ପାକିସ୍ତାନର ଏକ ଅଦାଲତ ସରିଫ୍ଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ତାଙ୍କ ଝିଅ ମରିୟମଙ୍କୁ ୭ ବର୍ଷ ଜେଲ୍ଦଣ୍ଡ ପ୍ରଦାନକରିଛନ୍ତି । ଏହା ସହିତ ପାକିସ୍ତାନର ଦୁର୍ନୀତି ନିର୍ବାରଣ ସଂସ୍ଥା ଏନଏବିକୁ ସରିଫ୍ ସହଯୋଗ କରିନଥିବାରୁ ତାଙ୍କୁ ଅଧିକ ଏକ ବର୍ଷ ଜେଲ୍ଦଣ୍ଡ ଦିଆଯାଇଛି । ଉଭୟ ଜେଲ୍ଦଣ୍ଡ ଏକକାଳୀନ ଭୋଗ କରିବାକୁ ରାୟରେ କୁହାଯାଇଛି । ସେହିପରି ଅଦାଲତ ଉଭୟ ନୱାଜ ଓ ମରିୟମଙ୍କ ଉପରେ ଯଥାକ୍ରମେ ୭୩ କୋଟି ଓ ୧୮.୨ କୋଟିର ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି । ଅନ୍ୟପକ୍ଷରେ ନୱାଜଙ୍କ ଜ୍ୱାଇଁ ଅବସରପ୍ରାପ୍ତ କ୍ୟାପଟେନ୍ ସଫଦରଙ୍କୁ ମଧ୍ୟ ୧ ବର୍ଷ ଜେଲଦଣ୍ଡ ଆଦେଶ ଅଦାଲତ ପ୍ରଦାନ କରିଛନ୍ତି । ନୱାଜଙ୍କ ନାମରେ ଦୁର୍ନୀତି ଅଭିଯୋଗ ନେଇ ମାମଲା ଚାଲୁ ରହିଥିଲା । ଇଂଲଣ୍ଡର ଏଭିନ୍ୟୁ ଫିଲ୍ଡରେ ୪ଟି ଫ୍ଲାଟର ମାଲିକ ଅଛନ୍ତି । ସରିଫ ୨୦୧୫ରେ ପାନାମା ପେପର ଲିକ୍ ପରେ ଏ ନେଇ ବଡଧରଣର ଖୁଲାସା ହୋଇଥିଲା ।
ନୱାଜ ଓ ତାଙ୍କ ପରିବାରର ଇଂଲଣ୍ଡର ବିଭିନ୍ନ ସ୍ଥାନରେ ବିଶାଳ ଅଟ୍ଟାଳିକା ନିର୍ମାଣ କରିବା ସହ ସେମାନଙ୍କର ବହୁ ସମ୍ପତ୍ତି ରହିଥିବା ଜଣାପଡିଥିଲା । ଏହି ମାମଲାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ଗତବର୍ଷ ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ ସରିଫ୍ । ତେବେ ଶୁକ୍ରବାରର ରାୟ ସରିଫଙ୍କ ରାଜନୈତିକ ଭବିଷ୍ୟତରେ ଭଟ୍ଟା ପକାଇଲା ବୋଲି ଆଲୋଚନା ଜୋରଧରିଛି । ଆଉ କିଛିମାସ ମଧ୍ୟରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ତାହା ପୂର୍ବରୁ ଏହି ଦଣ୍ଡାଦେଶ ପାକିସ୍ତାନ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ତେବେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ନୱାଜଙ୍କ ଭାଇ ସାହାବାଜ୍ କହିଛନ୍ତି ଯେ, ଶୁକ୍ରବାର ହେଉଛି ପାକିସ୍ତାନ ଇତିହାସରେ ଏକ କଳାଦିନ । ଅନେକ ବଡଦୁର୍ନୀତିର ଅଭିଯୁକ୍ତମାନେ ଖୋଲାଖୋଲି ବୁଲୁଥିବା ବେଳେ ସରିଫ୍ ଏ ଦିଗରେ ସହଯୋଗ କରିଆସୁଥିଲେ । ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି ।