Home Uncategorized ମହଙ୍ଗା ପଡିଲା ପ୍ରେମରେ ପ୍ରତାରଣା, ପ୍ରେମିକକୁ ନିର୍ଧୁମ ଛେଚିଲେ ଦୁଇ ପ୍ରେମିକା

ମହଙ୍ଗା ପଡିଲା ପ୍ରେମରେ ପ୍ରତାରଣା, ପ୍ରେମିକକୁ ନିର୍ଧୁମ ଛେଚିଲେ ଦୁଇ ପ୍ରେମିକା

0

ଭୁବନେଶ୍ୱର:  ଆଜିକାଲି ସଚ୍ଚା ଭଲ ପାଇବା କ୍ୱଚିତ୍‌ ଦେଖିବାକୁ ମିଳୁଛି । ଏବେ ପ୍ରେମ କରିବା ଏକ ଫେସନ୍‌ ହୋଇଗଲାଣି । ବିଶେଷକରି ପୁଅମାନଙ୍କ କ୍ଷେତ୍ରରେ ଯାହାର ପ୍ରେମିକାଙ୍କ ତାଲିକା ଯେତେ ଲମ୍ବା ସେ ସେତେ ସ୍ମାର୍ଟ ବୋଲି ସାଙ୍ଗମାନଙ୍କ ଆଗରେ ପରିଗଣିତ ହୋଇଥାଏ । କିନ୍ତୁ ଝିଅମାନଙ୍କ ମନକୁ ନେଇ ଖେଳୁଥିବା ଏହି ଯୁବକମାନେ ଏବେ ସାବଧାନ ହୋଇଯାନ୍ତୁ । କାରଣ ଏପରି କରିବା ତାଙ୍କୁ ମହଙ୍ଗା ପଡିପାରେ ।  ରାଜଧାନୀରେ ଏକ ପାର୍କରେ ଜଣେ ପ୍ରତାରକ ପ୍ରେମିକଙ୍କୁ ତାଙ୍କର ଦୁଇଜଣ ପ୍ରେମିକା ମାଡ଼ ମାରିଥିବାର ଦୃଶ୍ୟର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଭିଡିଓର ବିଶ୍ୱସନୀୟତା କେତେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଭିଡିଓଟି ଦୁଇଦିନ ତଳର ବୋଲି ସୂଚନା ମିଳିଛି ।  ଜଣେ ଯୁବକଙ୍କୁ ଦୁଇଜଣ ଝିଅ ନିର୍ଧୁମ ମାଡ଼ ମାରୁଥିବାର ଭିଡିଓଟିରେ ଦେଖାଯାଇଛି ।

ସୂଚନା ଅନୁସାରେ, ଦୁଇଜଣ ଯୁବତୀଙ୍କ ସହ  ଭିଡିଓରେ ଦେଖାଯାଇଥିବା ଯୁବକଙ୍କର ପ୍ରେମ ସମ୍ପର୍କ ଥିଲା । ଆଉ ଘଟଣାଦିନ ସଂପୃକ୍ତ ଯୁବକ ଜଣକ ତାଙ୍କର ଜଣେ  ପ୍ରେମିକା ସହ ରାଜଧାନୀର ଏକ ପାର୍କରେ କିଛି ସମୟ ବିତେଇବାକୁ ଯାଇଥିଲେ । ସବୁ ଠିକ୍ ଚାଲିଥିଲା । କିନ୍ତୁ ହଠାତ ଏହି ସମୟରେ ଯୁବକଙ୍କ ଅନ୍ୟ ଜଣେ ପ୍ରେମିକା  ସେଠାରେ ପହଞ୍ଚି ଯୁବକ ଜଣଙ୍କୁ ନାନା ପ୍ରଶ୍ନ ପଚାରି ଆରମ୍ଭ କରି ଦେଇଥିଲେ ମାଡ଼ । ଏହାପରେ ଯୁବକଙ୍କୁ ଦୁଇ ପ୍ରେମିକା ମିଶି ମାଡ଼ ମାରିଥିଲେ । ଏହି ଘଟଣାର ଦୃଶ୍ୟ ରେକର୍ଡ କରିବାକୁ ଯୁବତୀ ଦୁଇଜଣଙ୍କ ମଧ୍ୟରୁ କେହିଜଣେ ସାଙ୍ଗରେ ଜଣେ ସାଥୀଙ୍କୁ ବି ନେଇକି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here