Home Uncategorized ମହଙ୍ଗା ପଡିଲା ମାହାଙ୍ଗା ଗସ୍ତ – ନିଜ ନିର୍ବାଚନ ମଣ୍ଡଳୀରେ ସାଂସଦଙ୍କୁ ଅଣ୍ଡାମାଡ଼

ମହଙ୍ଗା ପଡିଲା ମାହାଙ୍ଗା ଗସ୍ତ – ନିଜ ନିର୍ବାଚନ ମଣ୍ଡଳୀରେ ସାଂସଦଙ୍କୁ ଅଣ୍ଡାମାଡ଼

0

କଟକ- ଆଜି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀର ଜାତିପାରିଲୋ ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପକୁ ଉଦ୍୍ଘାଟନ କରିବା ସମୟରେ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ବୈଜୟନ୍ତଙ୍କୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ଶୀକାର ହେବାକୁ ପଡିଥିଲା । ଗତ କିଛି ଦିନ ଧରି ବିଜେଡିରେ ଦେଖାଯାଇଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ ପ୍ରକଳ୍ପର ଉଦ୍ଘାଟନୀ ଫଳକକୁ ଗତକାଲି କିଛି ଲୋକ ଭାଙ୍ଗି ଦେଇଥିଲେ । କିନ୍ତୁ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ସେ ନିଶ୍ଚିତ ପ୍ରକଳ୍ପ ଉଦ୍୍ ଘାଟନ କରିବେ ବୋଲି କହିଥିଲେ । ଶେଷରେ ଆଜି ଶ୍ରୀ ପଣ୍ଡା ତାଙ୍କର ସମର୍ଥକଙ୍କ ସହ ପ୍ରକଳ୍ପ ଉଦ୍୍ଘାଟନ କରିବା ପାଇଁ ଯାଇଥିଲେ । ପ୍ରକଳ୍ପ ଉଦ୍୍ଘାଟନ କରି ଫେରୁଥିବା ସମୟରେ ବୈଜୟନ୍ତଙ୍କ ସମର୍ଥକ ଓ ବିଧାୟକ ପ୍ରତାପ ଜେନାଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ବିଧାୟକଙ୍କ ସମର୍ଥକମାନେ ସାଂସଦଙ୍କ ଉପରକୁ ପଥର ଓ ଅଣ୍ଡା ମାଡ କରିଥିଲେ । ଏହି ବିରୋଧ ପରେ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ବୈଜୟନ୍ତ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, “ଟେକା ଛାଡନ୍ତୁ, ଗୁଳି ମାରିଲେ ବି ମୋତେ ଡରାଇ ପାରିବେ ନାହିଁ । ବିଜୁ ଜନତା ଦଳରେ ମୁଁ ମୂଳରୁ ଅଛି । ପ୍ରଥମ ୧୭ ବର୍ଷ ଦଳ ଏକ ନୀତିକୁ ଆଧାର କରି ଚାଲୁଥିଲା । ଆମେ ଗୁଣ୍ଡାଗର୍ଦ୍ଦି ଓ ଗୋଷ୍ଠୀ କନ୍ଦଳର ବିରୋଧୀ ଥିଲୁ । କିନ୍ତୁ ଗତ ତିନିବର୍ଷରେ ଏହା ବଦଳି ଯାଇଛି । କିଛି ବାବୁମାନେ ଏସିରେ ବସି ନିଷ୍ପତ୍ତି ନେଉଛନ୍ତି । ସେବେଠୁ ଦଳରେ ଗୁଣ୍ଡାଗର୍ଦ୍ଦି ଗୋଷ୍ଠୀକନ୍ଦଳ ଦେଖାଯାଇଛି । ସଂସଦୀୟ ବୋର୍ଡ ବୈଠକରେ ମୁଁ ଏହା କହିଥିଲି । ନବୀନ ଯେବେ ସତ୍ୟ ଶୁଣିବେ ଓ ବୁଝିବେ ପଦକ୍ଷେପ ନେବେ । ସ୍ଥାନୀୟ ପ୍ରତିନିଧିଙ୍କୁ ଡକାଯାଇ ନଥିବା ଖବର ସମ୍ପୂର୍ଣ୍ଣ ମିଛ । ଉତ୍ସବକୁ ସ୍ଥାନୀୟ ନେତା ଓ କର୍ମୀମାନଙ୍କୁ ଡକା ଯାଇଥିଲା । ପ୍ରକଳ୍ପ ଫଳକରେ ସ୍ଥାନୀୟ ପ୍ରତିନିଧିଙ୍କ ନାମ ଥିଲା । ପୂର୍ବରୁ ଉଦଘାଟିତ ଫଳକରେ ମଧ୍ୟରେ ସ୍ଥାନୀୟ ପ୍ରତିନିଧିଙ୍କ ନାମ ଅଛି । କେନ୍ଦ୍ରାପଡାରେ ୫୨ଟି ବଡ଼ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ । ଏଥିରୁ ପ୍ରତିଦିନ ୫୨ ଲକ୍ଷ ଲିଟର ପିଇବା ପାଣି ଲୋକଙ୍କୁ ଯୋଗାଯିବ । ଏହାଦ୍ୱାରା ସ୍ଥାନୀୟ ଲୋକେ ଉପକୃତ ହେବେ । ଏହାକୁ ବିରୋଧ କରୁଥିବା ଲୋକଙ୍କୁ ଉତ୍ତର ଦେବାକୁ ହେବ । ବୈଜୟନ୍ତଙ୍କ ଟ୍ୱିଟ୍ ଉପରେ ଦଳର ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ରଖି କହଛନ୍ତି ଯେ, ବୁଝାମଣା ଅଭାବରୁ ଏପରି ଗଣ୍ଡଗୋଳ ଘଟିଥିବ । ଦଳରେ ଅଫିସର୍ ରାଜ ନାହିଁ । ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକ ତର୍ଜମା କରୁଛନ୍ତି । ମାହାଙ୍ଗାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଦଳର ନେତା ସୂର୍ଯ୍ୟ ପାତ୍ର ସ୍ଥାନୀୟ ସମସ୍ୟା କହି ଏଡାଇ ଯାଇଛନ୍ତି । ଗତ କିଛି ଦିନ ଧରି ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ବିବାଦୀୟ ଟ୍ୱିଟ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତାଗିଦ୍ ସତ୍ତେ୍ୱ ସେ ଟ୍ୱିଟ୍ କରିଚାଲିବାରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳର ମୁଖପାତ୍ର ପଦବୀରୁ କାଢି ଦେଇଥିଲେ । ଏହାପରେ ବି ସେ ଲଗାତାର ଦଳ ବିଷୟରେ ଟ୍ୱିଟ୍ କରି ଚାଲିଛନ୍ତି ।

LEAVE A REPLY

Please enter your comment!
Please enter your name here