Home Uncategorized ମହଙ୍ଗା ପଡ଼ିଲା ଜାତିଆଣ ମନ୍ତବ୍ୟ, ମନ୍ତ୍ରିମଣ୍ଡଳରୁ ବିଦା ହେଲେ ଦାମ ରାଉତ

ମହଙ୍ଗା ପଡ଼ିଲା ଜାତିଆଣ ମନ୍ତବ୍ୟ, ମନ୍ତ୍ରିମଣ୍ଡଳରୁ ବିଦା ହେଲେ ଦାମ ରାଉତ

0

ଭୁବନେଶ୍ୱର: ନିଜର ବିବାଦୀୟ ବୟାନ ପାଇଁ ସର୍ବଦା ବିବାଦରେ ରହି ଆସିଥିବା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କୁ ତାଙ୍କର ଜାତିଆଣ ବୟାନ ଦେବା ମହଙ୍ଗା ପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମ ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଛନ୍ତି । ସର୍ବଦା ବିବାଦୀୟ ବୟାନ ଦେଇ ଦଳକୁ ଅଡୁଆରେ ପକାଉଥିବା ଦାମ ରାଉତଙ୍କ ବିରୋଧରେ ଶେଷରେ ମୁଖ୍ୟମନ୍ତ୍ରୀ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି।  ମନ୍ତ୍ରିମଣ୍ଡଳରୁ ବହିଷ୍କାର ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବିଶେଷ କରି ନିକଟରେ ବ୍ରାହ୍ମଣଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଦାମ ବ୍ରାହ୍ମଣଙ୍କୁ ଭିକାରୀ ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ, ବିବାଦୀୟ ଜାତିଆଣ ମନ୍ତବ୍ୟ ପାଇଁ  ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଗଲା । ସେ କହିଛନ୍ତି ଯେ, କୌଣସି ମାନହାନୀସୂଚକ ଜାତିଆଣ ମନ୍ତବ୍ୟକୁ ଗ୍ରହଣ କରାଯିବ ନାହିଁ । କୌଣସି ଜାତିକୁ ଆକ୍ଷେପ କରିବା ଦଳ ଆଦୌ ଗ୍ରହଣ କରିବନି ।  ବହିଷ୍କାର ସଂପର୍କିତ ଚିଠି ରାଜ୍ୟପାଳଙ୍କୁ ନିକଟକୁ ପଠାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଅତି ସ୍ପଷ୍ଟ ଏବଂ ଶାଣିତ ଭାଷାରେ କହିଛନ୍ତି, ‘କୌଣସି ଜାତି, ବର୍ଣ୍ଣ ଓ ଧର୍ମ ବାବଦରେ ଅପମାନସୂଚକ ମନ୍ତବ୍ୟ ଓ ଟିପ୍ପଣୀକୁ ବରଦାସ୍ତ କରାଯିବ ନାହିଁ । ଏଭଳି ମନ୍ତବ୍ୟ ଲାଗି ମୁଁ ଡା.ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରୁଛି ।’

ଉଲ୍ଲେଖଯୋଗ୍ୟ, ନିକଟରେ କୋରାପୁଟରେ ଆୟୋଜିତ ମାଲ୍ୟବନ୍ତ ଉତ୍ସବରେ ଯୋଗ ଦେବା ଅବସରରେ ମନ୍ତ୍ରୀ ଦାମୋଦର ରାଉତ କହିଥିଲେ ଯେ ‘ଆଦିବାସୀମାନେ କେବଳ ପାଣି ପିଇ ବଞ୍ଚନ୍ତି ଏବଂ ବ୍ରାହ୍ମଣମାନେ ଭିକ୍ଷା ମାଗି ସେମାନଙ୍କର ଜୀବିକା ନିର୍ବାହ କରନ୍ତି ।’ ମନ୍ତ୍ରୀ ଶ୍ରୀ ରାଉତଙ୍କର ଏ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ସାରା ଓଡ଼ିଶାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବାହ୍ମଣ ସମାଜ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଆସନ୍ତା ୨୪ ତାରିଖରେ ମନ୍ତ୍ରୀଙ୍କ ବକ୍ତବ୍ୟ ବିରୋଧରେ ତାଙ୍କ ବାସଭବନ ଘେରାଉ କରାଯିବାକୁ ମଧ୍ୟ ପ୍ରସ୍ତୁତି ଚାଲିଥିଲା ।

LEAVE A REPLY

Please enter your comment!
Please enter your name here