ପିଆଜ ଏବଂ ଅନ୍ୟାନ୍ୟ ପନିପରିବା ମହଙ୍ଗା ହେବା ଫଳରେ ଚଳିତ କ୍ୟାଲେଣ୍ଡର ବର୍ଷର ଅକ୍ଟୋବର ମାସରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି ୩.୫୯%କୁ ବୃଦ୍ଧି ପାଇଛି। ଏହା ୬ ମାସର ସର୍ବୋଚ୍ଚ ସ୍ତର। ଏପ୍ରିଲରୁ ଏହା ସର୍ବାଧିକ। ସେପ୍ଟେମ୍ବରରେ ଏହା ୨.୬୦% ଥିଲା ଏବଂ ଗତବର୍ଷ ଅକ୍ଟୋବରରେ ୧.୨୭% ଥିଲା। ଚଳିତବର୍ଷ ଅକ୍ଟୋବରରେ ଖାଦ୍ୟ ସାମଗ୍ରୀ ସେଗ୍ମେଣ୍ଟରେ ମୁଦ୍ରାସ୍ଫୀତି ୪.୩୦%କୁ ଦ୍ୱିଗୁଣିତ ହୋଇଛି। ପନିପରିବା କ୍ଷେତ୍ରରେ ଏହା ୩୬.୭୧%କୁ ବୃଦ୍ଧି ପାଇଥିବା ସରକାରୀ ସୂତ୍ରରୁ ପ୍ରକାଶ।