Home ଜୀବନଚର୍ଯ୍ୟା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

0

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ। ଏହି ତରଳ ପଦାର୍ଥ ମସ୍ତିଷ୍କ ଏବଂ ଏହାର ବାହ୍ୟସ୍ତରରେ ପ୍ରବାହିତ ହୋଇଥାଏ। ଏହି ତରଳ ପଦାର୍ଥ ସ୍ପାଇନାଲ୍‌ କର୍ଡ ଓ ଏହାର ବାହ୍ୟ ଆବରଣ ମଧ୍ୟରେ ସମନ୍ବୟ ସୃଷ୍ଟି କରିଥାଏ। ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ମଧ୍ୟରେ ଭିଜୁଆଲ୍‌ ଇମ୍ପପାୟରମେଣ୍ଟ୍‌ ଇଣ୍ଟ୍ରାକ୍ରାନିଆଲ୍‌ ପ୍ରେସର୍‌୍‌ ସିଣ୍ଡ୍ରୋମ୍‌ ଦେଖିବାକୁ ମିଳିଥାଏ। ଫଳରେ ସେମାନଙ୍କର ଦୃଷ୍ଟିଶକ୍ତି ତୁଳନାତ୍ମକ ଭାବେ ହ୍ରାସ ପାଇଥାଏ ବୋଲି ଦକ୍ଷିଣ କାର୍ଲିଫର୍ନିଆର ମେଡିକାଲ ବିଶ୍ୱ ବିଦ୍ୟାଳୟର ନ୍ୟୁରୋରେଡିଓଲୋଜିଷ୍ଟ ଡାକ୍ତର ମାଇକେଲ୍‌ ଆଣ୍ଟୋନ୍ୟୁସି ସୂଚନା ଦେଇଛନ୍ତି। ଏଥିପାଇଁ ୩୪ ଜଣ ମହାକାଶଚାରୀଙ୍କ ଉପରେ ଅଧ୍ୟୟନ କରାଯାଇଥିଲା। ଜଣାପଡ଼ିଥିଲା ୯୪ ପ୍ରତିଶତ ମହାକାଶଚାରୀଙ୍କ ମସ୍ତିଷ୍କର ମଧ୍ୟଭାଗରେ ଥିବା ସୁଲ୍‌କସ୍‌ ସଂକୀର୍ଣ୍ଣ ହୋଇଯାଇଥାଏ। ଏଠାରେ ଥିବା ଅଂଶ ଦୃଷ୍ଟିଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ। ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ର ଅଭାବ ଯୋଗୁ ଅପ୍ଟିକ୍‌ ନର୍ଭ ଠିକ୍‌ ଭାବେ କାର୍ଯ୍ୟ କରିପାରି ନ ଥାଏ। ଫଳରେ ରେଟିନାରେ ପ୍ରତିଫଳିତ ହେଉଥିବା ଚିତ୍ର ସମ୍ପର୍କରେ ଠିକ୍‌ ସନ୍ଦେଶ ମସ୍ତିଷ୍କରେ ପହଞ୍ଚିପାରେ ନାହିଁ। କିଛି ଦିନ ପୃଥିବୀରେ ରହିବା ପରେ ମହାକାଶଚାରୀଙ୍କଠାରେ ଦେଖାଯାଉଥିବା ଏହି ପ୍ରଭାବ ଧୀରେ ଧୀରେ କମି ସ୍ବାଭାବିକ ଅବସ୍ଥାକୁ ଫେରିଆସିଥାଏ।

LEAVE A REPLY

Please enter your comment!
Please enter your name here