Home Uncategorized ମହାନଦୀ ଜଳବିବାଦ ପ୍ରସଙ୍ଗ – ବିଜେଡିର ୪ଟି ଜିଲ୍ଲାରେ ୪ ଘଣ୍ଟିଆ ହରତାଳ

ମହାନଦୀ ଜଳବିବାଦ ପ୍ରସଙ୍ଗ – ବିଜେଡିର ୪ଟି ଜିଲ୍ଲାରେ ୪ ଘଣ୍ଟିଆ ହରତାଳ

0

ସମ୍ବଲପୁର- ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ୪ଟି ଜିଲ୍ଲାରେ ବିଜେଡି ପକ୍ଷରୁ ୪ଘଣ୍ଟିଆ ହରତାଳ ଆରମ୍ଭ ହୋଇଛି । ସମ୍ବଲପୁର, ଝାରସୁଗୁଡା, ବରଗଡ ଓ ସୋନପୁରରେ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ହରତାଳ ଚାଲିବ। ହରତାଳରୁ ଆବଶ୍ୟକ ସେବାକୁ ବାଦ୍‌ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରାଯାଇଛି । ଗାଡି ଚଳାଚଳ ବନ୍ଦ ଥିବାରୁ ରାସ୍ତାଗୁଡ଼ିକରେ ଶହଶହ ସଂଖ୍ୟାରେ ବସ୍‌-ଟ୍ରକ୍‌ ଠିଆ ହୋଇଛି । ଏହି ଚାରୋଟି ଜିଲ୍ଲାରେ ଦୋକାନ ବଜାରଗୁଡ଼ିକ ମଧ୍ୟ ବନ୍ଦ ରହିଛି । ବିଜେଡି ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here