Home Uncategorized ମହାନଦୀ ଜଳ ବିବାଦ: ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଟ୍ରିବ୍ୟୁନାଲ ଗଠନ ପାଇଁ ତୁରନ୍ତ ବିଜ୍ଞପ୍ତି ଜାରି...

ମହାନଦୀ ଜଳ ବିବାଦ: ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଟ୍ରିବ୍ୟୁନାଲ ଗଠନ ପାଇଁ ତୁରନ୍ତ ବିଜ୍ଞପ୍ତି ଜାରି କରିବାକୁ ଅନୁରୋଧ

0
ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ରିବ୍ୟୁନାଲ ଗଠନ ପାଇଁ ତୁରନ୍ତ ବିଜ୍ଞପ୍ତି ଜାରି କରିବାକୁ ମୋଦୀଙ୍କ ନିକଟରେ ଦାବି କରିଛନ୍ତି ନବୀନ । ଯଦି ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ହୁଏ ତେବେ ଏହାର ଲାଭ ଛତିଶଗଡ ନେବ ।  ବର୍ତ୍ତମାନ ସୁଦ୍ଧା ଉପରମୁଣ୍ଡରେ ଚାଲୁଥିବା ବ୍ୟାରେଜ୍‌ ନିର୍ମାଣ କାମ ବନ୍ଦ ହୋଇନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।     ଉଲ୍ଲେଖ ଯୋଗ୍ୟ, ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ସରକାର ୨୦୧୬ ନଭେମ୍ବର ୧୯ ତାରିଖରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସମସ୍ୟାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଉ ବୋଲି ଓଡ଼ିଶା ଦାବି ରଖିଥିଲା । ଗତ ଅକ୍ଟୋବର ୯ ତାରିଖରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ତୁରନ୍ତ ଟ୍ରିବ୍ୟୁନାଲ ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ୧୯ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।