Home Uncategorized ମହାଶିବରାତ୍ରି ଏବଂ ଜାଗର, ଶୈବ ପୀଠରେ ବୁଧବାର ପ୍ରତ୍ୟୁଷରୁ ଭକ୍ତ ମାନଙ୍କ ପ୍ରବଳ ଭିଡ଼

ମହାଶିବରାତ୍ରି ଏବଂ ଜାଗର, ଶୈବ ପୀଠରେ ବୁଧବାର ପ୍ରତ୍ୟୁଷରୁ ଭକ୍ତ ମାନଙ୍କ ପ୍ରବଳ ଭିଡ଼

0
ମହାଶିବରାତ୍ରି, ବିଭିନ୍ନ ଶୈବ ପୀଠରେ ବୁଧବାର ପ୍ରତ୍ୟୁଷରୁ ଠାକୁରଙ୍କ ଦର୍ଶନ ନିମନ୍ତେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା । ସନ୍ଧ୍ୟା ପୂର୍ବରୁ ମନ୍ଦିର ଗୁଡିକ ଆଲୋକମାଳା ଓ ଫୁଲରେ ସୁସଜ୍ଜିତ କରାଯାଇଥିଲା । ଜାଗରର ମହାଶିବରାତ୍ରି ଜାଗର ହିନ୍ଦୁଧର୍ମରେ ବୈଦିକ ଯୁଗରୁ ବହୁ ପୂଜା ପାର୍ବଣର ବ୍ୟବସ୍ଥା ଅଛି । ଭାରତରେ ୧୨ଗୋଟି ମୁଖ୍ୟ ପ୍ରାଚୀନ ଶିବମନ୍ଦିର ରହିଛି । ଏହି ପର୍ବଟି ସାରା ଭାରତରେ ପାଳିତ ହୁଏ । ବିଶେଷକରି କାଶ୍ମୀରୀ ହିନ୍ଦୁ ପଣ୍ଡିତମାନଙ୍କର ଏହା ମହାନ ପର୍ବ । ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିବସରେ ଶିବ ସ୍ୱୟଂ ଜ୍ୟୋର୍ତିଲିଙ୍ଗ ରୂପେ ପ୍ରକାଶିତ ହୋଇଥିବାରୁ ଏ ଦିନଟିକୁ ତାଙ୍କର ଜନ୍ମଦିବସ ରୂପେ ପାଳନ କରାଯାଏ । ପୁରାଣ ଏବଂ ଶାସ୍ତ୍ରମତେ ଏହି ଦିବସରେ ଯେଉଁମାନେ ଉପବାସ ପାଳନ ଏବଂ ରାତ୍ର ଜାଗରଣ ପୂର୍ବକ ନିଶାର୍ଦ୍ଧ ଶିବ ଉପାସନା ଏବଂ ଆରାଧନା କରନ୍ତି ତାଙ୍କୁ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ କରାଯାଏ । ଏହି ଦିନ ଅର୍ଦ୍ଧରାତ୍ରୀରେ ମନ୍ଦିରର ଦଧି ନଉତି ଉପରକୁ ମହାଦୀପ ଉଠିବା ପରେ ଉପାସକମାନେ ଏହାକୁ ଦର୍ଶନ କରି ଉପବାସ ଭଙ୍ଗ କରନ୍ତି । ଏହି ପର୍ବ ସମସ୍ତ ଶିବ ମନ୍ଦିରମାନଙ୍କରେ ଅନୁଷ୍ଠିତ ହୁଏ । ଏହାକୁ ମହାସମାରୋହରେ ପାଳନ କରାଯାଏ ବୋଲି ଏହା ମହାଶିବରାତ୍ରୀ ନାମେ ଖ୍ୟାତ । ଭୁବନେଶ୍ୱର ପରି ମନ୍ଦିର ନଗରୀ ତ ଖାଲି ଶିବମୟ । ଜାଗରଯାତ୍ରା ଓଡ଼ିଶାର ଗଣପର୍ବ । ଢ଼େଙ୍କାନାଳର କପିଳାସ, ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଏବଂ ଶରଣକୂଳର ଲଡ଼ୁବାବା ଆଦି ମନ୍ଦିରରେ ଜାଗର ଯାତ୍ରା ବିଶେଷ ଭାବେ ଉଲ୍ଲେଖନୀୟ । ଶିବ ଲିଙ୍ଗ ଆକାରରେ ପ୍ରତୀକାତ୍ମକ ଭାବେ ପୂଜିତ ହେଲେ ହେଁ ସେ ନିରାକାର, ନିରଞ୍ଜନ, ଇଚ୍ଛା ଶକ୍ତ୍ୟାଶ୍ରୟ ନିର୍ବିଶେଷ ବ୍ରହ୍ମ ଏବଂ ସର୍ବବ୍ୟାପକ ।