Home Uncategorized ମହୁମାଛି ଆକ୍ରମଣରେ ୨ ଭାଇଙ୍କ ମୃତ୍ୟୁ

ମହୁମାଛି ଆକ୍ରମଣରେ ୨ ଭାଇଙ୍କ ମୃତ୍ୟୁ

0

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପୋଟେସ ଗାଁରେ ଏକ ଦୁଃଖଦ  ଘଟଣା ଘଟିଛି । ମହୁମାଛି ଆକ୍ରମଣରେ ୨ ଭାଇଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ ଲକ୍ଷ୍ମଣ ମଝି ଓ ଲୁଦକୁ ମାଝି ।

ମିଳିଥିବା ସୂଚନା ଅନୁସାରେ, କଲମପୁର ବ୍ଲକ ଅଧିନସ୍ଥ ପଣ୍ଡିଗାଁ ପଞ୍ଚାୟତ ଅନ୍ତର୍ଗତ ପୋଟେସ ଗ୍ରାମର ଲୁଦକୁ ମାଝି ଓ ତାଙ୍କ ଭାଇ ଲକ୍ଷ୍ମଣ ମାଝି ନିଜ ଛେଳି,ମେଣ୍ଢା ସହ ଗାଁର ଅନ୍ୟ କିଛି ଲୋକଙ୍କ ଗାଈ ଓ ଛେଳି, ମେଣ୍ଢା ଚରାଇ ଗୁଜୁରାଣ ମେଣ୍ଟାଇ ଥାନ୍ତି । ସବୁ ଦିନ ଭଳି ରବିବାର ଦିନ ସକାଳେ ଛେଳି, ମେଣ୍ଡା ଓ ଗାଈପଲ ନେଇ ନିକଟସ୍ତ ଭାଲୁ ଡଙ୍ଗରକୁ ଲାଗି ରହିଥିବା ଏକ ପଡିଆରେ ଚରାଉଥିବା ବେଳେ ମଧ୍ୟାହ୍ନରେ ମହୁ ମାଛି ଆକ୍ରମଣର ଶିକାର ହେଇଥିଲେ । ମହୁ ମାଛିର ଦଂଶନ ଏତେ ତୀବ୍ର ଥିଲା ଯେ, ଘଟଣାସ୍ଥଳରେ ଲକ୍ଷ୍ମଣର ମୃତ୍ୟୁ ହେଇଥିବା ବେଳେ ଘର ଲୋକ ଖବର ପାଇ ସଂଧ୍ୟାରେ ଲୁଦକୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ ଲୁଦକୁଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଭାଇଙ୍କୁ ସୋମବାର ସକାଳେ ଗୋଟିଏ ଜୁଇରେ ଦାହ କରାଯାଇଥିଲା । ଜୟପାଟଣା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here