Home Uncategorized ମାଓ ଦମନ ଓ ଭାଇରାଲ ଭିଡିଓ ଉପରେ ଗୁରୁତ୍ୱ :

ମାଓ ଦମନ ଓ ଭାଇରାଲ ଭିଡିଓ ଉପରେ ଗୁରୁତ୍ୱ :

0

ଆୟୋଜିତ ୬୦ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀକୁ ଉଦ୍‌ଘାଟନ କରି I ମାଓ ଦମନ ଓ ଭିଡ଼ିଓ ଭାଇରାଲକୁ ରୋକ ଲଗାଇବାକୁ ଆଇପିଏସ୍‌ମାନଙ୍କୁ ପରାମର୍ଶ ଦେଇଛନ୍ତି ଆରକ୍ଷୀ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା I ତିନିଦିନ ଧରି ଏହି ସମ୍ମିଳନୀ ହେବାର ଥିବାବେଳେ ୭ଟି ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ରାଜ୍ୟରେ ବଢ଼ୁଥିବା ଅପରାଧ ଉପରେ ରୋକ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି I  ଏହା ସହିତ କାଗଜ ପତ୍ର କାମକୁ ବନ୍ଦ କରି ଇ-ଅଫିସ୍‌ କରିବା ଉପରେ ପୋଲିସ ଡିଜି ଶ୍ରୀ ଶର୍ମା ଗୁରୁତ୍ୱାରୋପ କରିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ମଡେଲ ପୋଲିସ ଷ୍ଟେସନ କରିବାକୁ ନେଇ ଡିଜିପି ଗୁରୁତ୍ୱ ଦେଇଛନ୍ତି  I

ଏହି ସମ୍ମିଳନୀରେ ସମସ୍ତ ଜିଲ୍ଲାର ଏସ୍‌ପି, ରେଞ୍ଜ ଆଇଜି ଓ ଡିଆଇଜି, ଡିସିପି, ସଶସ୍ତ୍ର ବାଟାଲିଆନ୍‌ର କମାଣ୍ଡାଣ୍ଟ, ପୋଲିସ କମିଶନର ୱାଇ ବି ଖୁରାନିଆଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ପ୍ରଶିକ୍ଷଣ ନେଉଥିବା ଆଇପିଏସ୍‌ ଅଫିସର ଏବଂ ସମସ୍ତ ପୋଲିସ ପ୍ରତିଷ୍ଠାନର ପ୍ରମୁଖ ଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here