Home Uncategorized ମାଓ ଭୟରେ ଗାଁ ଛାଡିଲେ ୮ଟି ପରିବାର

ମାଓ ଭୟରେ ଗାଁ ଛାଡିଲେ ୮ଟି ପରିବାର

0
ମାଲକାନାଗିରି: ବିଚ୍ଛିନ୍ନାଞ୍ଚଳ ଅଣ୍ଡ୍ରାପାଲ୍ଲୀ ପଞ୍ଚାୟତର ରାମାଗୁଡା ଗାଁର ୮ଟି ପରିବାର ମାଓବାଦୀଙ୍କ ଆତଙ୍କରେ ଭିଟାମାଟି ଛାଡିଛନ୍ତି। ସେମାନେ ଚିତ୍ରକୋଣ୍ଡାରେ ଆଶ୍ରୟ ନେଇଛନ୍ତି । ଗାଁର ଅନ୍ୟ ୩ଟି ପରିବାର ନିଖୋଜ ଅଛନ୍ତି । ଆନ୍ଧ୍ର ପୋଲିସ୍ କେତେକ ହାର୍ଡକୋର୍ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିବା ପରେ ମାଓବାଦୀମାନେ ଗ୍ରାମବାସୀଙ୍କୁ ଆତଙ୍କିତ କରି ରଖିଛନ୍ତି । ପୋଲିସ୍‌କୁ ସ୍ଥାନୀୟ ଲୋକେ ଖବର ଦେଇଥିବା ଆତଙ୍କବାଦୀମାନେ ସନ୍ଦେହ କରିଛନ୍ତି ।