Home Uncategorized ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଏବିଭିପି ପକ୍ଷରୁ ବିକ୍ଷୋଭ

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଏବିଭିପି ପକ୍ଷରୁ ବିକ୍ଷୋଭ

0
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ ଏବିଭିପି ପକ୍ଷରୁ ମଙ୍ଗଳବାର ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ବୋର୍ଡ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହ କେତେକ ଟେବୁଲ, ଗ୍ରୀଲ ଆଦି ଭଙ୍ଗାରୁଜା କରିଛନ୍ତି। ଫଳରେ ପୋଲିସ ଲାଠିଚାର୍ଜ କରିଥିଲା। ଡିସିପି ଅଖିଳେଶ୍ୱର ସିଂ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଏ ନେଇ ବୋର୍ଡ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।