Home Uncategorized ମାର୍ଚ୍ଚରେ ଫେରିବେ ଜଗା-କାଳିଆ: ସ୍ୱାସ୍ଥ୍ୟମନ୍ତ୍ରୀ

ମାର୍ଚ୍ଚରେ ଫେରିବେ ଜଗା-କାଳିଆ: ସ୍ୱାସ୍ଥ୍ୟମନ୍ତ୍ରୀ

0

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀରୁ ଭୁବନେଶ୍ୱର ସ୍ଥାନାନ୍ତର ହେବେ । ଜଗା-କାଳିଆଙ୍କୁ ଆଗାମୀ ମାର୍ଚ୍ଚରେ ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ସୂଚନା ଦେଇଛନ୍ତି । ମାର୍ଚ୍ଚ ୨ୟ ସପ୍ତାହରେ ଦିଲ୍ଲୀ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ ଏମ୍ସରୁ ସ୍ଥାନାନ୍ତର ପୂର୍ବରୁ ଓଡ଼ିଶାରୁ ୫ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍ସ ଯାଇ ଉଭୟଙ୍କୁ ଦିଆଯାଉଥିବା ଚିକିତ୍ସାର ଅନୁଧ୍ୟାନ କରିବେ ବୋଲି ଶ୍ରୀ ଜେନା କହିଛନ୍ତି । ତେବେ ଏମ୍ସରୁ ସ୍ଥାନାନ୍ତର ହେବା ପରେ କେଉଁଠି ରଖାଯିବ ସେ ନେଇ ଅନୁଧ୍ୟାନ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here