Home Uncategorized ମାଲକାନଗିରି: ମାଓ ହିଂସାକୁ ବିରୋଧ କରି ମରାଗଲା ପୋଷ୍ଟର

ମାଲକାନଗିରି: ମାଓ ହିଂସାକୁ ବିରୋଧ କରି ମରାଗଲା ପୋଷ୍ଟର

0
ମାଲକାନଗିରି: ମାଓ ହିଂସାକୁ ବିରୋଧ କରି ମାଲକାନଗିରି ଜିଲ୍ଲା କାଲିମେଳା ଓ ବଣ୍ଡାଘାଟି ଅଞ୍ଚଳରେ ପୋଷ୍ଟର ମରାଯାଇଛି । ଆଦିବାସୀ ଏକତା ମଞ୍ଚ ନାଁରେ ଏହି ପୋଷ୍ଟର ମରାଯାଇଛି ।  ମାଓବାଦୀମାନେ ଆଦିବାସୀଙ୍କ ବିକାଶ ଚାହୁଁନାହାନ୍ତି ସେମାନଙ୍କୁ ଢାଲ କରି ମାଓବାଦୀମାନେ ବିଭିନ୍ନ କାର୍ଯ୍ୟ କରିଥାନ୍ତି କିନ୍ତୁ ସେମାନଙ୍କର ସ୍ୱାର୍ଥ ପୁରଣ ନ ହେଲେ ଇନଫର୍ମର ଦର୍ଶାଇ ହତ୍ୟା କରୁଛନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି । ଏହା ସହ ମାଓବାଦୀମାନେ କେବେବି ଭଲ କାମ କରୁନହାନ୍ତି । ସବୁବେଳେ ଆଦିବାସୀ ଲୋକ ସେମାନଙ୍କର ଶିକାର ହେଉଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି । ସୂଚନାଯୋଗ୍ୟ,  ଆଜି କାଲିମେଳା ସାପ୍ତାହିକ ହାଟ ରହି ଥିବାରୁ ସ୍ଥାନୀୟ ହାଟପଦାର ସବୁ ଦୁକାନ ବଜାରରେ ଏହି ପୋଷ୍ଟର ଦେଖିବାକୁ ମିଳିଛି । କାଲିମେଳାର ହାଟପଦା, ବସଷ୍ଟାଣ୍ଡ, ତେଲରାଇ, ପପୁଲୁର, ଗମ୍ଫାକୋଣ୍ଡା, ମାନ୍ୟମକୋଣ୍ଡା, ବଡିଗେଟା କୁରୁବ ଆଦି ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲଗାଯାଇଛି । ଗତ ଦୁଇ ଦିନ ଭିତରେ ମାଲକାନିଗିରି ଜିଲ୍ଲାରେ ୨ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଏହାସହିତ ବଣ୍ଡାଘାଟିର ଥଣ୍ଡାହାଲରେ ରାସ୍ତା କାମରେ ନିୟୋଜିତ ଥିବା ୪ଟି ଟ୍ରାକ୍ଟର,ଗୋଟିଏ ଜେସିବି, ଗୋଟିଏ ପ୍ରୋକଲିନ୍, ଗୋଟିଏ ଟିପର ଓ ଗୋଟିଏ  ରୋଲ୍‌ର ସହ କ୍ୟାମର ଭଳି ଅନେକ ସାମଗ୍ରୀରେ ନିଆଁ ଲଗାଇ ଦେଇଥିଲେ ।