Home ଦେଶ ବିଦେଶ ମିଆଁମାର ସୀମାରେ ସର୍ଜିକାଲ ଷ୍ଟ୍ରାଇକ

ମିଆଁମାର ସୀମାରେ ସର୍ଜିକାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ : ୨୦୧୬ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରାତ୍ରୀରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କ ୬ଟି ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱସଂ କରିଦେଇଥିଲେ । ଦେଶର ଏହି ସର୍ଜିକାଲ ଷ୍ଟ୍ରାଇକ୍କୁ ନେଇ ବିବାଦ ଓ ରାଜନୀତି ଲାଗିରହିଥିବା ବେଳେ ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍ଭା ରତୀୟ ସେନା ପକ୍ଷରୁ କରାଯାଇଥିବା ସୂଚନା ମିଳିଛି । ମିଆଁମାର ସୀମାରେ ଭାରତୀୟ ସେନା ଏହି ସର୍ଜିକାଲ ଷ୍ଟ୍ରାଇକ୍ କରି ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ୍ଅଫ୍ ନାଗାଲାଣ୍ଡର ୫ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ସେନାର ଲଢୁଆ ଓ ପ୍ରଶିକ୍ଷିତ ୧୨-ପାରାକମାଣ୍ଡୋର ଯବାନମାନେ ମିଆଁମାର ସୀମାରେ ପଶି ଏନଏସ୍ସିଏନ୍ର ଏକ ଶିବିରକୁ ଧ୍ୱଂସ କରିଦେବା ସହ ୫ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ମିଆଁମାର ସୀମା ଭିତରକୁ ପ୍ରାୟ ୩ କିଲୋମିଟର ଭାରତୀୟ ସେନା ପଶିବା ସହ କମାଣ୍ଡୋ ମାନେ ଏନଏସ୍ସିଏନ୍ର ଏକ ଶିବିର ଉପରେ ଅଚାନକ ଆକ୍ରମଣ କରିଥିଲେ । ଏହି ଘଟଣାରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଆତଙ୍କବାଦୀମାନେ ଖସିଯିବାରେ ସମର୍ଥ ହୋଇଥିଲେ । ଏନଏସ୍ସିଏନ୍ସଂ ଗଠନ ପକ୍ଷରୁ ଏହି ସର୍ଜିକାଲ ଷ୍ଟ୍ରାଇକ୍କୁ ସ୍ୱୀକାର କରାଯାଇଛି । ତେବେ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏହି ଗୁଳିବିନିମୟ ବେଳେ ତାଙ୍କ ସଙ୍ଗଠନର କୌଣସି ସଦସ୍ୟ ମୃତ୍ୟୁବରଣ କରିନାହାନ୍ତି । ଭାରତୀୟ ସେନା ପହଞ୍ôଚବା ନେଇ ଆମକୁ ଆଗୁଆ ସୂଚନା ମିଳିଥିବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଘଟିଥିଲା ଓ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳରେ ସେନା ପକ୍ଷରୁ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । କୁପୁୱାଡାର ତରେହ ଗ୍ରାମରେ ଏହି ଅପରେସନ ଶୁକ୍ରବାର ସକାଳ ୫ଟାରେ ଆରମ୍ଭ ହୋଇଥିଲା । ଅନ୍ୟପକ୍ଷରେ ଫୁଲୱାମାରେ ଏନକାଉଣ୍ଟର ସମୟରେ ଲୋକେ ପଥର ଫିଙ୍ଗିଥିଲେ । ଏଥିରେ ଜଣେ ନାଗରିକଙ୍କର ମୃତ୍ୟୁ ହେବା ସହ ୧୦ ଜଣ ଆହତ ହୋଇଛନ୍ତି । ସମ୍ପ୍ରତି ଅମରନାଥ ଯାତ୍ରାକୁ ଦୃଷ୍ଟିରେ ରଖି ଜାମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀ ପୁରା ସତର୍କ ରହିଛନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରି ଭାରତୀୟ ଯବାନଙ୍କୁ ହତ୍ୟା କରୁଥିବା ବେଳେ ପାକ୍ ପ୍ରେରିତ ଆତଙ୍କବାଦୀମାନେ ଜାମ୍ମୁକାଶ୍ମୀର ସୀମାରେ ପଶି ହିଂସାକାଣ୍ଡ ଭିଆଇବା ସହ ଧନଜୀବନ ହାନୀ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗତ କିଛିଦିନ ହେବ ସେନା ପକ୍ଷରୁ ଅପରେସନ ଅଲ୍ଆଉଟ୍ ଆରମ୍ଭ କରାଯାଇଛି । ଏଥିରେ ୧୦ରୁ ଉଦ୍ଧ୍ୱର୍ ଆତଙ୍କବାଦୀ ନିହତ ହୋଇସାରିଲେଣି । ତେବେ ବିଭିନ୍ନ ଆତଙ୍କବାଦୀ ସଂଗଠନର ୨୧ ମୁଖ୍ୟଙ୍କୁ ଭାରତୀୟ ସେନାଟାର୍ଗେଟ୍ରେ ରଖିଥିବା ବେଳେ ସେମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ନେଇ ସୂଚନା ମିଳିଛି ।