Home Uncategorized ମିଳିମିଳା ଓ ରୁବେଲା ଟୀକାକରଣ ଶୁଭାରମ୍ଭ କଲେ: ମୁଖ୍ୟମନ୍ତ୍ରୀ

ମିଳିମିଳା ଓ ରୁବେଲା ଟୀକାକରଣ ଶୁଭାରମ୍ଭ କଲେ: ମୁଖ୍ୟମନ୍ତ୍ରୀ

0

ଆଜିଠାରୁ ମିଳିମିଳା ଓ ରୁବେଲା ଟୀକାକରଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଉଦ୍ଦିଷ୍ଟ ରଥକୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ମିଳିମିଳା ଓ ଜର୍ମାନ ମିଳିମିଳା ରୋଗର ନିରାକରଣ ପାଇଁ ୯ ମାସରୁ ୧୫ ବର୍ଷ ବୟସ୍କ ପିଲାଙ୍କୁ ଟୀକାକରଣ କରାଯିବାର ବ୍ୟବସ୍ଥା ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ପ୍ରଥମଥର ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ଟୀକାକରଣ କରାଯିବାର ଯୋଜନା କରାଯାଇଥିବାବେଳେ ରାଜ୍ୟର ପ୍ରାୟ ୧ କୋଟି ୨୫ଲକ୍ଷ ପିଲାଙ୍କୁ ଟାକୀକରଣ କରାଯିବାର ଯୋଜନା ରଖାଯାଇଛି । ଆଜିଠାରୁ ପ୍ରଥମ ଦୁଇ ସପ୍ତାହ ସ୍କୁଲରେ ସ୍ୱାସ୍ଥ୍ୟ କର୍ମୀ ପହଂଚି ଛାତ୍ରଛାତ୍ରୀଙ୍କୁ ଟୀକା ଦେବେ । ତା’ ପର ଦୁଇ ସପ୍ତାହ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର ଓ ମିନି ଅଙ୍ଗନବାଡି କେନ୍ଦ୍ରରେ ଏହି ଟୀକା ଦିଆଯିବ

LEAVE A REPLY

Please enter your comment!
Please enter your name here