Home Uncategorized ମୁଁ ରାସ୍ତାରେ ବୁଲି ଲୋକଙ୍କ ସହ ମିଶୁଛି, ନବୀନଙ୍କ ଭଳି ହେଲିକପ୍ଟରରେ ଯାଉନି: ଅମିତ ଶାହ

ମୁଁ ରାସ୍ତାରେ ବୁଲି ଲୋକଙ୍କ ସହ ମିଶୁଛି, ନବୀନଙ୍କ ଭଳି ହେଲିକପ୍ଟରରେ ଯାଉନି: ଅମିତ ଶାହ

0
ଭୁବନେଶ୍ୱର:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତର ଆଜି ହେଉଛି ଶେଷ ଦିନ । ଆଜି ସେ ଖୋର୍ଦ୍ଧା ଧଉଳି ନିକଟ ବସନ୍ତପୁର ଗାଁରେ ଆୟୋଜିତ ‘ମୋ ବୁଥ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଅମିତ କହିଥିଲେ ଯେ, ‘ବିଜେପି ସରକାରକୁ ନ ଆସିଲେ ଓଡିଶାର ବିକାଶ ହେବନାହିଁ । ମୁଁ ତିନି ଦିନ ହେଲା ଓଡ଼ିଶାରେ ଅଛି । ରାସ୍ତାରେ ୪୦୦ କିଲୋମିଟର ବୁଲି ବିଜେପି ପ୍ରତି ଓଡିଶାବାସୀଙ୍କ ଭଲ ପାଇବା ଦେଖିଲି । ନବୀନଙ୍କ ଭଳି ହେଲିକପ୍ଟରରେ ଯାଉନି । ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଛି ।  ୨୦୧୯ରେ ବିଜେପି  ଓଡିଶାରେ ବହୁମତରେ ସରକାର ଗଢିବ । ଏଥିପାଇଁ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ବିଜେଡ଼ି ସରକାରକୁ ଉପାଡ଼ି ଫୋପାଡ଼ି ଦେବା ପାଇଁ ସେ  ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।’ ବସନ୍ତପୁରରେ ଅମିତ ଶାହଙ୍କ ମନ୍ତବ୍ୟ ନେଇ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ଓଡିଶାରେ ବିକାଶ କଥା କହୁଥିବା ବିଜେପି ପ୍ରଥମେ ନିଜକୁ ଦେଖୁ । ବିଜେପି ଶାସିତ ରାଜ୍ୟରେ କି ବିକାଶ ହୋଇଛି । ଓଡିଶାରେ ଏଭଳି ମିଥ୍ୟା ଡିଣ୍ଡିମ ପିଟିବା ବନ୍ଦ କରନ୍ତୁ ଶାହ ।