Home Uncategorized ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହେବା ପରେ  ଆଜି ଟ୍ୱିଟ୍‌ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରତିକ୍ରିୟା ରଖିଛନ୍ତି ।  ‘ମୁଁ କିଛି ସମୟ ପାଇଁ ଡିହାଇଡ୍ରେସନର ଶିକାର ହୋଇଥିଲି । ଦୁଇ ଗ୍ଲାସ୍‌ ଲେମ୍ବୁ ପାଣି ପିଇବା ପରେ  ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଆଜିର ଦିନରେ ବାକି କାର୍ଯ୍ୟକ୍ରମରେ ଯୋଗ ଦେଲି । ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ପ୍ରଚୁର ପାଣି ପିଇବା ଦରକାର ।’

ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ସ୍ୱାଧୀନତା ଦିବସ ଅବସରରେ ଅଭିଭାଷଣ ଦେବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ସେ ତୁରନ୍ତ ନବୀନ ନିବାସକୁ ଯାଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କର ଲୋକସମ୍ପର୍କ ଅଧିକାରୀ ସେ ସୁସ୍ଥ ଥିବାକଥା କହିଥିଲେ । ଗୁଳୁଗୁଳି ଯୋଗୁଁ ସେ ଅସୁସ୍ଥ ହୋଇ ପଡିଥିବା କଥା ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି । ପରେ ମୁଖ୍ୟମନ୍ତ୍ରୀ  ଜୟଦେବ ଭବନରେ ଅନୁଷ୍ଠିତ ପୋଲିସ ସେବା ମେଡାଲ ପ୍ରଦାନ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ଏହାପରେ ସେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା କହିଛନ୍ତି ।

LEAVE A REPLY

Please enter your comment!
Please enter your name here