Home Uncategorized ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନୂଆ ପୋଲିସ ଡିଜି

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନୂଆ ପୋଲିସ ଡିଜି

0

ଭୁବନେଶ୍ୱର : ନୂଆ ପୋଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଦାୟିତ୍ୱ ନେବା ପରେ ଆଜି ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଡିଜି ଭାବେ ଦାୟିତ୍ୱ ନେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆର୍.ପି ଶର୍ମାଙ୍କର ଏହା ପ୍ରଥମ ସାକ୍ଷାତ ଥିଲା । ସଚିବାଳୟରେ ଉଭୟଙ୍କର ସାକ୍ଷାତ ହୋଇଛି । ପୋଲିସ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପରାମର୍ଶ ଦେଇଥିବା ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଡିଜିପି ଗଣମାଧ୍ୟମକୁ କହିଛନ୍ତି ଯେ,‘ ସ୍ୱଚ୍ଛ, ନିରପେକ୍ଷ ଓ ବନ୍ଧୁତ୍ୱପୂର୍ଣ୍ଣ ଶାସନ ଉପରେ ଗୁରୁତ୍ୱ ଦିଆଯିବ । ମୁଁ ଆଶା କରୁଛି ପୋଲିସ ଅଧିକାରୀମାନେ ଏହାକୁ ଠିକ୍‌ ଭାବେ ପାଳନ କରି ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବେ । ଏହି ଦାୟିତ୍ୱରେ ବହୁତ ଚ୍ୟାଲେଜିଂ କାମ ରହିଛି । କହିବା ଯେତିକି କରିବା ବହୁତ କଷ୍ଟ । ଆଗରୁ ଯେମିତି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, ଏବେ ସେହି ଢ଼ଙ୍ଗରେ ପଦକ୍ଷେପ ନିଆଯିବ ।  ଏହାଛଡ଼ା ଯୋଜନାବଦ୍ଧ ଅପରାଧ ମାମଲାକୁ କିପରି ଆୟତ୍ତ କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ଭିନ୍ନ ସେ ତାଙ୍କ କାର୍ଯ୍ୟକାଳରେ ସାଇବର ଅପରାଧ ଓ ବୟସ୍କ ଲୋକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବେ ବୋଲି ଡ.ଶର୍ମା କହିଛନ୍ତି ।’

ଏହା ସହିତ ଦେଶରେ ଆତଙ୍କ ଖେଳାଇଥିବା ଘାତକ ବ୍ଲୁ ହ୍ୱେଲ୍‌ ଗେମ୍‌ ଉପରେ ମଧ୍ୟ ଡିଜି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବ୍ଲୁ ଗେମ୍‌ ଏକ ଚିନ୍ତାର ବିଷୟ ହୋଇଛି । କମିଶନରେଟ୍‌ ପୋଲିସ ଓ ସମସ୍ତ ପୋଲିସ ମୁଖ୍ୟାଳୟ ସତର୍କ ଲୋକମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ଅଧିକ ତର୍ଜମା କରି ଆଗକୁ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଡିଜିପି ।

LEAVE A REPLY

Please enter your comment!
Please enter your name here