Home Uncategorized ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଧୁସୂଦନ ସେତୁ ଲୋକାର୍ପିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଧୁସୂଦନ ସେତୁ ଲୋକାର୍ପିତ

0

କଟକ : ଓଡ଼ିଶାର ଦ୍ୱିତୀୟ ଦୀର୍ଘତମ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଦିବସ ଅବସରରେ ଉଦଘାଟନ କରିଛନ୍ତି I ଓଡ଼ିଆ ଜାତିର  ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ସେତୁର ଦୈର୍ଘ୍ୟ ୨୫୮୩ ମିଟର ଓ ପ୍ରସ୍ଥ ୧୪.୮ ମିଟର। ଏହି ସେତୁ ଦ୍ୱାରା କଟକ ଓ ଢେଙ୍କାନାଳ ମଧ୍ୟରେ ଦୂରତା ୧୬ କିମି ହ୍ରାସ ପାଇଛି। ଲୋକାର୍ପଣ ପରେ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି। ମଧୁବାବୁଙ୍କ ପାଇଁ ଉତ୍ସର୍ଗୀକୃତ ଏହି ସେତୁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଏହି ସେତୁ ଦ୍ୱାରା ଧବଳେଶ୍ୱର ପୀଠକୁ ଭକ୍ତମାନଙ୍କ ଯାତାୟାତ ସୁଗମ ହୋଇପାରିବ। ଗରିବ କଲ୍ୟାଣ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ଯୋଗୁ ଓଡିଶା ଆଜି ଆଦର୍ଶ ରାଜ୍ୟରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

ଏହି କାଜ୍ୟକ୍ରମରେ ଏମ୍‌ପି ଭର୍ତ୍ତୃହରି ମହତାବ,ବିଧାୟକ ପ୍ରମୋଦ ମଲ୍ଲିକ, ବିଧାୟକ ପ୍ରଭାତ ତ୍ରିପାଠୀ, ବିଧାୟକ ଦେବାଶିଷ ସାମନ୍ତରାୟ,କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଜଗତ୍‌ସିଂହପୁର ଏମ୍‌ପି ଡା. କୁଳମଣି ସାମଲ, ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here