Home Uncategorized ମୁଖ୍ୟମନ୍ତ୍ରୀଙ୍କ ଧାମରା ଗସ୍ତ ବାତିଲ

ମୁଖ୍ୟମନ୍ତ୍ରୀଙ୍କ ଧାମରା ଗସ୍ତ ବାତିଲ

0
ଭୁବନେଶ୍ୱର:  ଧାମରା ବନ୍ଦର ନିକଟରେ ଆସନ୍ତାକାଲି ଏଲ୍‌ଏନ୍‌ଜି ଟର୍ମିନାଲ ପାଇଁ ଭୂମି ପୂଜନ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ମାତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେନାହିଁ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ  ମିଳିଥିବା କାର୍ଯ୍ୟସୂଚୀରେ ନବୀନଙ୍କ ଧାମରା ଗସ୍ତ ନେଇ କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ସୂଚନା ମିଳିଛି ।  ଏହି ଉତ୍ସବରେ ଯୋଗଦେବାକୁ  କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ନିମନ୍ତ୍ରଣ କରିଥିଲେ । ପ୍ରାୟ ୬,୦୦୦ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବାକୁ ଥିବା ଟର୍ମିନାଲରେ ୨୫୩୯ କିଲୋମିଟର ଗ୍ୟାସ ପାଇପଲାଇନ ନେଟଓ୍ଵର୍କ ତିଆରି ହେବ ।