Home Uncategorized ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା, ପୁଣି ଘୁଞ୍ଚିଲା ଶୁଣାଣି

ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା, ପୁଣି ଘୁଞ୍ଚିଲା ଶୁଣାଣି

0
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚରେ ହୋଇଥିବା ଅନିୟମିତତାକୁ ନେଇ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ତାରିଖ ପୁଣି ଘୁଞ୍ଚାଇ ଦିଆଯାଇଛି । ହାଇକୋର୍ଟରେ ଆଗତ ୨ଟି ମାମଲାର ଆଜି ଶୁଣାଣି ଥିଲା । ହିଞ୍ଜିଳିର ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କ ଆବେଦନର ଶୁଣାଣି ଆସନ୍ତା ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବାବେଳେ ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ରଙ୍କ ଆବେଦନର ଶୁଣାଣି ସେପ୍ଟେମ୍ବର ୬ତାରିଖକୁ ଘୁଞ୍ଚିଛି ।