Home Uncategorized ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା: ସେପ୍ଟେମ୍ୱର ୬କୁ ଘୁଞ୍ଚିଲା ଶୁଣାଣି

ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା: ସେପ୍ଟେମ୍ୱର ୬କୁ ଘୁଞ୍ଚିଲା ଶୁଣାଣି

0

କଟକ: ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ଅଭିଯୋଗ ମାମଲାର ଶୁଣାଣିକୁ ହାଇକୋର୍ଟ ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆଗତ ଦୁଇଟି ଯାକ ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୬ ତାରିଖରେ କରିବା ଲାଗି ହାଇକୋର୍ଟ କହିଛନ୍ତି । ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ନେଇ ନବୀନଙ୍କ ବିରୋଧରେ ଦେବାନନ୍ଦ ମହାପାତ୍ର ଓ ସୁବାସ ମହାପାତ୍ରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଦୁଇଟି ମାମଲା ଦାଏର ହୋଇଥିଲା । ତେବେ ଆଜି ହିଞ୍ଜିଳିର ପରାଜିତ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ମାମଲାର ପରବର୍ତ୍ତି ଶୁଣାଣି ସେପ୍ଟେମ୍ବର ୬ ତାରିଖରେ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ଏହା ପୂର୍ବରୁ ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ରଙ୍କ ଆବେଦନର ଶୁଣାଣି ମଧ୍ୟ ସେପ୍ଟେମ୍ବର ୬ ତାରିଖରେ କରିବା ଲାଗି ପୂର୍ବରୁ ତାରିଖ ଧାର୍ଯ୍ୟ କରିଥିଲେ ହାଇକୋର୍ଟ । ଫଳରେ ଦୁଇଟି ଯାକ ମାମଲାର ଶୁଣାଣି ଗୋଟିଏ ଦିନରେ କରାଯିବ ବୋଲି କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here