Home ଓଡିଶା ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ: ୫ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ

ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ: ୫ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର – କୌଣସି ପୂର୍ବ ସୂଚନା ନଥାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ଅଦଳବଦଳ କରିଛନ୍ତି । ଦୀର୍ଘଦିନ ଧରି ନିଜ ହାତରେ ରଖିଥିବା ପୂର୍ତ୍ତ ଏବଂ ଜଳସମ୍ପଦ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀଙ୍କୁ ଜଳସମ୍ପଦ ବିଭାଗ ଦିଆଯାଇଛି । ସେହିପରି ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପୂର୍ତ ବିଭାଗର ଦୟିତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଶକ୍ତି ବିଭାଗ ଦିଆଯାଇଛି । ବିଜେପୁର ଉପନିର୍ବାଚନରେ ବିଜେଡ଼ିର ବାଜିମାତ୍ ପରେ ସୁଶାନ୍ତଙ୍କୁ ଏକ ହେଭିୱେଟ୍ ଶକ୍ତି ବିଭାଗ ହସ୍ତାନ୍ତର କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କୁ ଶିଳ୍ପ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ସମସ୍ତ ମନ୍ତ୍ରୀ ନିଜ ନିଜ ବିଭାଗ ସହ ନୂତନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।