Home Uncategorized ମୁଖ୍ୟମନ୍ତ୍ରୀଙ୍କ ସଭାରେ ଚପଲ ଫିଙ୍ଗା ଘଟଣା, ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଚପଲ ଫିଙ୍ଗା ଘଟଣା, ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ

0
ବରଗଡ ଜିଲ୍ଲାରେ ବରପାଲୀର କୁମ୍ଭାରୀ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ ଘଟଣାର ପ୍ରତିବାଦରେ ବିଜେଡି ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି। ବିଜେଡିର ବରିଷ୍ଠ ନେତା, ବିଧାୟକ ଓ ମନ୍ତ୍ରୀ ମାନେ ସ୍ଥାନୀୟ ଜନତା ମଇଦାନ ଠାରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତି ତଳେ ସ୍ଲୋଗାନ୍ ଓ ନାରାବାଜୀ କରିଛନ୍ତି । ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତିଙ୍କ ସମେତ ଭୁବନେଶ୍ୱରର କର୍ପୋରେଟର ମାନେ ସାମିଲ ଥିଲେ ।