Home ଦେଶ ବିଦେଶ ମେକ୍ସିକୋରେ ବଡ ଧରଣର ଭୂକମ୍ପ – OTV Khabar.

ମେକ୍ସିକୋରେ ବଡ ଧରଣର ଭୂକମ୍ପ – OTV Khabar.


ମେକ୍ସିକୋ ସିଟି: ଦକ୍ଷିଣ ମେକ୍ସିକୋର ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବ ଶହଶହ ମାଇଲ ଦୂରରେ ଥିବା ମେକ୍ସିକୋ ସିଟିରେ ଏହାର ପ୍ରଭାବ ଅନୁଭତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୫ ବୋଲି ଜଣାଯାଇଛି।

ଏହାର ଝଟକା ଏତେ ତୀବ୍ର ଥିଲା ଯେ, ଲୋକେ ପ୍ରାଣ ବିକଳରେ ସଡକ ଉପରକୁ ଚାଲି ଆସିଥିଲେ। ଏଯାଏ ଭୂକମ୍ପ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ବିଭିନ୍ନ ସ୍ଥାନରେ ଖବର ଭାଙ୍ଗି ଯାଇଥିବା ବେଳେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପର କେନ୍ଦ୍ର ଓକ୍ସାକା ରାଜ୍ୟର ପ୍ରଶାନ୍ତ ମହାସାଗର ନିକଟରେ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ