Home Uncategorized ମେଗା ଫୁଡ୍ ପାର୍କ ରାଜନୀତି- ପୁଣି ବିଜେଡି-ବିଜେପି ମୁହାଁମୁହିଁ

ମେଗା ଫୁଡ୍ ପାର୍କ ରାଜନୀତି- ପୁଣି ବିଜେଡି-ବିଜେପି ମୁହାଁମୁହିଁ

0

ଭୁବନେଶ୍ୱର- ରାୟଗଡାର ଭୁଜବଳଠାରେ ଆଜି ରାଜ୍ୟର ପ୍ରଥମ ମେଗା ଫୁଡ୍ ପାର୍କ ଉଦ୍୍ଘାଟିତ ହୋଇଯାଇଛି । କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସମ୍ରିତ୍୍ କୌର ଏହାକୁ ଉଦ୍୍ ଘାଟନ କରିଥିଲେ । କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ଉତ୍ସବରେ ଯୋଗଦେଇଥିଲେ । ୫୦ ଏକର ଜମି ଉପରେ ୮୦କୋଟି ଟଙ୍କା ବ୍ୟୟରେ ଏହି ମେଗା ଫୁଡ୍ ପାର୍କ ତିଆରି ହୋଇଛି । ଏହା କୃଷକ ସଶକ୍ତୀକରଣ ଉଦ୍ଦେଶ୍ୟରେ ତିଆରି କରାଯାଇଛି ।
କିନ୍ତୁ ଇତିମଧ୍ୟରେ ମେଗାଫୁଡ୍ ପାର୍କ ଉଦ୍୍ଘାଟନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିକୁ ନେଇ ବିଜେପି ବିଜେଡିର ତୁତୁ ମେଁମେଁ ଆରମ୍ଭ ହୋଇଯାଇଛି । ବିଜେଡି ପକ୍ଷରୁ ଦଳର ମୁଖପାତ୍ର ସମୀର ଦାସ କହିଛନ୍ତି ଯେ, ବିଜେପି ସଂଘୀୟ ବ୍ୟବସ୍ଥାର ଉଲ୍ଲଙ୍ଘନ କରୁଛି । ବିଧି ଅନୁସାରେ କେନ୍ଦ୍ରମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ଉପରେ । ଉଦ୍୍ଘାଟନ ପୂର୍ବରୁ ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟମନ୍ତ୍ରୀମାନଙ୍କ ସହମତି ନିଆଯାଇନଥିଲା । ବିଜେପି ଏହା କରି ପ୍ରୋଟୋକଲ ଭାଙ୍ଗୁଛି ବୋଲି ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ କେନ୍ଦ୍ରକୁ ଜଣାଯିବ । ବିଜେଡିର ଏପରି ଅଭିଯୋଗ ପରେ ବିଜେପି ଏହାର ଜବାବ ରଖିଛି । ବିଜେପି ନେତା ସମୀର ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶିଳ୍ପର ଅଭିବୃଦ୍ଧି ଚାହୁଁଥିଲେ ଆସିଥାନ୍ତେ । ବିଜେଡିର ବିକାଶର ନାରା କେବଳ ପ୍ରଚାର ସର୍ବସ୍ୱ । ଧମେନ୍ଦ୍ର ପ୍ରଧାନ ରାଜ୍ୟର ବିକାଶ ଚାହୁଁଛନ୍ତି ସେଥିପାଇଁ ସେ ଏଥିରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଆସିଥିଲେ ଚାଷୀ ଉତ୍ସାହିତ ହୋଇଥାନ୍ତେ । ରାଜନୀତି ନୁହେଁ ଉପାନ୍ତ ଅଞ୍ଚଳ ଅଧିକାରର ପ୍ରଶ୍ନ ଉଠୁଛି ।
ଇତିମଧ୍ୟରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସମ୍ରିତ୍୍ କୌର ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ସତ୍ତେ୍ୱ ଯୋଗ ନଦେବା ବିଡମ୍ବନାର ବିଷୟ । ଉତ୍ସବରେ ରାଜ୍ୟ ସରକାରଙ୍କୁ ଯୋଗ ଦେବା ପାଇଁ ମେ ମାସରେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ପକ୍ଷରୁ ଚିଠି ହୋଇଥିଲା । ମୁଖ୍ୟମନ୍ତ୍ରୀ ନିଜେ ନ ଆସି କୌଣସି ମନ୍ତ୍ରୀଙ୍କୁ ବି ପଠାଇ ପାରିଥାନ୍ତେ । ସେ ନିଜେ ଆସିଲେନି କି କାହାକୁ ପଠାଇଲେନି ।

LEAVE A REPLY

Please enter your comment!
Please enter your name here