Home ଓଡିଶା ମେଣ୍ଢାଙ୍କୁ ମାରୁଛି ହେଟା !

ମେଣ୍ଢାଙ୍କୁ ମାରୁଛି ହେଟା !

କଟକ- କଟକ ଜିଲ୍ଲା ନିଆଳି ଅଂଚଳରେ ମେଣ୍ଢାମାନଙ୍କର ସନ୍ଦେହନଜକ ମୃତ୍ୟୁ ପ୍ରସଙ୍ଗରେ ଆଜି ପ୍ରାଣୀସମ୍ପଦ ମନ୍ତ୍ରୀ ଦାମୋଦର ରାଉତ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଦାମ କହିଛନ୍ତି ଯେ, ‘ ସୋସିଆଲ ମିଡିଆରେ ଯେଉଁ ବହୁରୂପୀ ଜୀବର ଫଟୋ ଦେଖାଯାଉଛି ତାହା ଏକ ଗୁଜବ । ମାତ୍ର ମେଣ୍ଢା ମରିବା ସତ । ଏବେସୁଦ୍ଧା ୧୫୦ ମେଣ୍ଢାଙ୍କ ମୃତ୍ୟୁ ହୋଇ ସାରିଲାଣି । ମେଣ୍ଢା ମାରୁଥିବା ଜନ୍ତୁ ହେଟାବାଘ ହୋଇପାରେ ।  ଏହି ଘଟଣା ସମ୍ପର୍କରେ ଦାମୋଦର ରାଉତ ସ୍ଥାନୀୟ ସିଡିଭିଓଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ଏପରିକି ଏନେଇ ଉଚିତ ପଦକ୍ଷେପ ନେବାକୁ ଜଙ୍ଗଲ ବିଭାଗକୁ ମଧ୍ୟ ପରାମର୍ଶ ଦିଆଯାଇଛି ବୋଲି ଦାମ ରାଉତ ସୂଚନା ଦେଇଛନ୍ତି  । ଏହି ଘଟଣାରେ କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ, ‘ପ୍ରାଥମିକ ତଦନ୍ତରୁ ରାମଶିଆଳ ମେଣ୍ଢାକୁ ମାରୁଥିବା ସନ୍ଦେହ । ତଦନ୍ତ ପାଇଁ ଗଠନ ହେବ ସ୍ୱତନ୍ତ୍ର ଟିମ୍ । ଟିମ୍‌ରେ ରହିବେ ତହସିଲଦାର ଓ ବନବିଭାଗ ଅଧିକାରୀ । ଏହି ଟିମ୍‌ରେ ପୋଲିସ୍ ଅଧିକାରୀ ଓ ସ୍ଥାନୀୟ ଲୋକେ ମଧ୍ୟ ରହିବେ । ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତଦନ୍ତ ପାଇଁ ସାଇବର ସେଲର ସହାୟତା ନିଆଯିବ। ’