Home ଦେଶ ବିଦେଶ ମୋଦୀଙ୍କୁ ଟାର୍ଗେଟ କଲେ ଏଚ୍.ଡି କୁମାରସ୍ୱାମୀ

ମୋଦୀଙ୍କୁ ଟାର୍ଗେଟ କଲେ ଏଚ୍.ଡି କୁମାରସ୍ୱାମୀ

0
ପେଟ୍ରୋଲ ଏବଂ ଡିଜେଲ ଦର ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ବିଢିଚାଲିଛି । ଏଭଳି ସ୍ଥିତିରେ ଏକ ବଡ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ । ପେଟ୍ରେଲ ଏବଂ ଡିଜେଲ ଦର ସେ ୨ ଟଙ୍କା କମାଇବାକୁ ଘୋଷଣା କରିଛନ୍ତି । ତେବେ ଏହି ପରିପ୍ରେକ୍ଷିରେ ସେ ମୋଦୀଙ୍କୁ ଇଙ୍ଗୀତ କରି କହିଛନ୍ତି ଯେ,  ଯିଦି ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଦର କମାଇପାରୁଛନ୍ତି ତେବେ କେନ୍ଦ୍ରସରକାର କାହିଁକି ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ସରକାରଙ୍କ ତରଫରୁ ଜନ୍ମଦିନର ଭେଟି । ପୂର୍ବରୁ ଅନ୍ୟ କିଛି ରାଜ୍ୟରେ ମଧ୍ୟ ପେଟ୍ରୋଲ – ଡିଜେଲ ହ୍ରାସ ଦର କରାଯାଇଛି । ଆନ୍ଧ୍ର ପ୍ରଦେଶ ସରକାର ୨ ଟଙ୍କା, କର୍ଣ୍ଣାଟକ ବସୁନ୍ଦରା ରାଜେ ସରକାର ୪ ପ୍ରତିଶତ ଭାଟ୍ କମାଇଥିବା ବେଳେ ପଶ୍ଚିମବଙ୍ଗର ମମତା ବାନାର୍ଜି ତୈଳ ଦର ଉପରେ ୨ ଟଙ୍କା କମାଇଛନ୍ତି ।