Home Uncategorized ମୋବାଇଲ ବିସ୍ଫୋରଣରେ ଯୁବତୀଙ୍କ ମୃତ୍ୟୁ

ମୋବାଇଲ ବିସ୍ଫୋରଣରେ ଯୁବତୀଙ୍କ ମୃତ୍ୟୁ

0
ଝାରସୁଗୁଡ଼ା : ମୋବାଇଲ ଚାର୍ଜରେ ବସାଇ କଥା ହେଉଥିବା ବେଳେ ବିସ୍ଫୋରଣ ଘଟିବାରୁ ଶୁକ୍ରବାର ଜଣେ ୧୯ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଉମା ଓରାମ। ବିସ୍ଫୋରଣ ଘଟିଥିବା ମୋବାଇଲଟି ଏକ ଚାଇନା କମ୍ପାନି ଦ୍ୱାରା ପ୍ରସ୍ତୁତ ବୋଲି ଜଣାପଡ଼ିଛି I ହି ବିସ୍ପୋରଣରେ ଉମାଙ୍କ ଶରୀରର ଅଧିକାଂଶ ଜାଗା ପୋଡ଼ିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ଉମାଙ୍କୁ ମେଡ଼ିକାଲରେ ମୃତ ଘୋଷଣା କରିଥିଲେ। ଉମାର ଭାଇ ଗୌତମ କହିଛନ୍ତି, ଅପରାହ୍ନରେ ଖାଇ ସାରି ଭଉଣୀ ଜଣେ ସମ୍ପର୍କୀୟଙ୍କ ସହିତ କଥା ହେଉଥିବା ବେଳେ ମୋବାଇଲଟି ବିସ୍ଫୋରଣ ଘଟିଥିଲା। ଉମାର ମୃତଦେହ ଶନିବାର ପୋଷ୍ଟମର୍ଟମ ହେବ।