Home Uncategorized ଯାଜପୁର: ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର: ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ

0

ଯାଜପୁର : ଗତକାଲି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଭାରତ ପେଟ୍ରୋଲ ପମ୍ପଠାରେ କମ୍ପ୍ରେସଡ଼୍ ନାଚ୍ୟୁରାଲ ଗ୍ୟାସ(ସିଏନଜି) ଷ୍ଟେସନ ଓ ଯାନକୁ ଉଦଘାଟନ କରିବା ପରେ ଆଜି ଯାଜପୁର ଗସ୍ତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ପ୍ରଧାନମନ୍ତ୍ରୀ ଉର୍ଜ୍ଜା ଗଙ୍ଗା ଯୋଜନାରେ ଧାମରା-ଅନୁଗୁଳ ଗେଲ୍ ପ୍ରକଳ୍ପର ୩୬ ଇଞ୍ଚର ଗ୍ୟାସ୍ ମୁଖ୍ୟ ପାଇପ୍ ଲାଇନ୍ ଏବଂ ଭୁବନେଶ୍ୱର-କଟକ-ପାରାଦୀପ ପାଇପ୍ ଲାଇନ୍ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ପାଇପ ଲାଇନପାଇଁ ଆବଶ୍ୟକ ବିଭିନ୍ନ୍‌ କ୍ଷେତ୍ରରେ ଦକ୍ଷତା ବିକାଶ ନିମନ୍ତେ ଏନ୍‌ଏସ୍‌ଡିସି, ଗେଲ୍‌, ଏସ୍‌ଡିଆଇ ଭୁବନେଶ୍ୱର ଏବଂ ଲେବର୍‌ ନେଟ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

LEAVE A REPLY

Please enter your comment!
Please enter your name here