Home ଓଡିଶା ଯୁବ ବିଜେଡି କାର୍ଯ୍ୟକାରିଣୀରେ ଯୁବନେତାଙ୍କୁ ନବୀନଙ୍କ ମନ୍ତ୍ର

ଯୁବ ବିଜେଡି କାର୍ଯ୍ୟକାରିଣୀରେ ଯୁବନେତାଙ୍କୁ ନବୀନଙ୍କ ମନ୍ତ୍ର

ଭୁବନେଶ୍ୱର- ଆଜି ବିଜେଡିର ଯୁବ କାର୍ଯ୍ୟକାରିଣୀ ବୈଠକରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ଯୁବ ନେତାମାନଙ୍କୁୁ ସମ୍ବୋଧନ କରିଥିଲେ  । ନବୀନ କହିଥିଲେ ଯେ,  ୨୦୨୫ ସୁଦ୍ଧା ୩୦ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ  । ଗତ ତିନି ବର୍ଷରେ ୫ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି  । ସୋସିଆଲ ମିଡିଆରେ ଆପଣମାନେ ସକ୍ରିୟ ରୁହନ୍ତୁ  ।  ଟେକ୍ନୋଲଜି ଏବେ ଗେମ୍ ଚେଞ୍ଜର ହୋଇଛି  । ଦଳର କାମ ବିଷୟରେ ଲୋକଙ୍କୁ ସୋସିଆଲ ମିଡିଆରେ ଜଣାନ୍ତୁ  । ବିଜେଡି ସବୁବେଳେ କାମରେ ବିଶ୍ୱାସ କରେ  ।  କିଛି ଲୋକ ବିଜେଡି ବିରୋଧରେ ମିଥା ପ୍ରଚାର କରୁଛନ୍ତି  । ଏହାର ମୁକାବିଲା କରି ଲୋକଙ୍କୁ ସତ  ଜଣାନ୍ତୁ  । “ଆମ ଗାଁ ଆମ ବିକାଶ ’ କାର୍ଯ୍ୟକ୍ରମକୁ ସଫଳ କରାନ୍ତୁ  । ଛାତ୍ରଛାତ୍ରୀଙ୍କ  ପାଇଁ କଳିଙ୍ଗ ଶିକ୍ଷାସାଥୀ ଯୋଜନା ରହିଛି  । ୧% ସୁଧରେ ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କ ଋଣ ମିଳୁଛି  । ଜୁଲାଇ ୩୦ ସୁଦ୍ଧା ସାଂଗଠନିକ କମିଟି ଚୂଡାନ୍ତ ହେବ  ।’