Home ଦେଶ ବିଦେଶ ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି

ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି


ନୂଆଦିଲ୍ଲୀ : ପୁରୀର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡ଼ୁ ଜନସାଧାରଣଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଉପରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ, ‘ଏହି ରଥଯାତ୍ରାର ଭବ୍ୟ ଓ ବିରାଟ ଆୟୋଜନ ତଥା ରଥମାନଙ୍କର ଅପରୂପ ଶୋଭା ବାସ୍ତବିକ ଅତୁଳନୀୟ । ଯେତେବେଳେ ଭାରତ ତଥା ସମଗ୍ର ବିଶ୍ୱ କୋଭିଡ଼ ମହାମାରୀ ସଂକ୍ରମଣ ସହ ନିରନ୍ତର ଲଢ଼େଇ କରିଚାଲିଛି, ଆମେମାନେ ନିଜଘରେ ରହି ସମସ୍ତ ପାରମ୍ପରିକ ଉତ୍ସବାନୁଷ୍ଠାନ ମନାଉଛୁ । ଏଭଳି ପରିସ୍ଥିତିରେ, ଆମେ ନିଜକୁ ସଂଯତ ରଖି ନିରାଡ଼ମ୍ବର ଭାବେ ଚଳିତବର୍ଷ ଏହାକୁ ପାଳନ କରିବା ଉଚିତ ।’

‘ରଥଯାତ୍ରା ସହ ଜଡ଼ିତ ସକଳ ପ୍ରକାର ପବିତ୍ର ତଥା ଆଦର୍ଶ ଭାବନା ଆମକୁ ଉଦ୍ବୁଦ୍ଧ କରୁ ଏବଂ ଆମମାନଙ୍କ ଜୀବନରେ ଶାନ୍ତି ଓ ସଦ୍ଭାବନା ଭରିଦେଉ’, ବୋଲି ଉପରାଷ୍ଟ୍ରପତି କହିଛନ୍ତି ।